ଆଇଆଇଏଫ୍‌ଏଲ୍‌ ଫାଇନାନ୍ସରୁ ଲୁଟ୍‌ ମାମଲା : କାର୍‌ରୁ ଡେଇଁ ବର ଫେରାର୍

Advertisment

ହୋଟେଲରୁ କନ୍ୟା ଫେରିଲା

ହୋଟେଲରୁ କନ୍ୟା ଫେରିଲା

ଆଇଆଇଏଫ୍‌ଏଲ୍‌ ଫାଇନାନ୍ସରୁ ଲୁଟ୍‌ ମାମଲା : କାର୍‌ରୁ ଡେଇଁ ବର ଫେରାର୍

Wikimedia Commons

କଟକ-ମହାନଦୀବିହାର : ନୟାସଡ଼କସ୍ଥିତ ଆଇଆଇଏଫ୍‌ଏଲ୍‌ ଡକାୟତି ଘଟଣାରେ ଆଜି ୭ ଅଭିଯୁକ୍ତ ଗିରଫ ହୋଇଥିବାବେଳେ କଟକ ସହରରେ ଥିବା ଅନ୍ୟ ସୁନା ଲୋନ୍‌ ବ୍ୟାଙ୍କ କର୍ମଚାରୀଙ୍କ ବିଷୟରେ ପୁଲିସ ବିଭିନ୍ନ ତଥ୍ୟ ପାଇ ଚଢ଼ଉ ଜାରି ରଖିଛି। ଏହି ସମୟରେ ଗିରଫ ଭୟରେ ଗୋଲଡ୍‌ ଲୋନ୍‌ ସଂସ୍ଥାର ଜଣେ କର୍ମଚାରୀ ନିଜ ବାହାଘର ଛାଡ଼ି ଫେରାର ହୋଇଯାଇଛନ୍ତି। ହୋଟେଲରୁ କନ୍ୟା ଓ ତାଙ୍କ ପରିବାର ଲୋକେ ନିରାଶ ହୋଇ ଫେରିଛନ୍ତି।

ସୂଚନା ଅନୁଯାୟୀ, ଶିଖରପୁର ଛକସ୍ଥିତ ଏକ ହୋଟେଲରେ ଆଜି ଏକ ଗୋଲଡ୍‌ ଲୋନ୍‌ ବ୍ୟାଙ୍କର ଜଣେ କର୍ମଚାରୀଙ୍କ ଦିନରେ ବାହାଘର ହେବାର ଥିଲା। ତେବେ, ନୟାସଡ଼କ ସୁନା ଡକାୟତି ହେବା ପରେ ଗତ ଦୁଇଦିନ ହେଲା ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରଖିଥିବାରୁ ଏହାର ପ୍ରଭାବ ଉକ୍ତ ବାହାଘରରେ ଦେଖିବାକୁ ମିଳିଥିଲା‌। କଟକର ଏକ ଗୋଲଡ୍‌ ଫାଇନାନ୍ସରେ ଚାକିରି କରିଥିବା ଏହି ଯୁବକ ବାହାଘର ପାଇଁ ବର ବେଶ ସାଜି ଶିଖରପୁରକୁ ଆସୁଥିବାବେଳେ ତାଙ୍କ ଉପରେ ପୁଲିସର ନଜ଼ର ପଡ଼ିଥିଲା। ପୁଲିସକୁ ଦେଖି ଯୁବକଜଣକ ଭୟରେ ଆଉ ବାହାଘର ମଣ୍ଡପକୁ ନ ଆସି କାର୍‌ରୁ ଓହ୍ଲାଇ ଦୌଡ଼ି ପଳାଇଥିଲେ। ପୁଲିସ ବର ପିଛା କରିଥିଲେ ବି ଧରି ପାରି ନଥିଲା। ଏଣେ ଝିଅଘର ଲୋକେ ହୋଟେଲରେ ବରକୁ ଅପେକ୍ଷା କରି ରହିଥିଲେ। ରାତି ୯ଟା ପର୍ଯ୍ୟନ୍ତ ବର ନ ଆସିବାରୁ ଝିଅଘର ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ଝିଅଘର ଲୋକ ନିରାଶ ହୋଇ ଘରକୁ ଫେରିଥିଲେ। ଏପଟେ, ସାଦା ପୋଷା‌କରେ କେତେଜଣ ପୁଲିସ ହୋଟେଲ ସାମ୍ନାରେ ଜଗି ରହିଥିଲେ ସିନା ବର ଆଉ ଆସି ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe