ଭୁବନେଶ୍ୱର: ଦବିଲା ପଳାଶୁଣୀ ଓଭରବ୍ରିଜ୍‌, ଯାନବାହନ ଚଳାଚଳ ପ୍ରଭାବିତ, ପୁଲିସ-ଏନ୍‌ଏଚ୍‌ଏଆଇ ଅଧିକାରୀ ମୁତୟନ

Advertisment
ଭୁବନେଶ୍ୱର: ଦବିଲା ପଳାଶୁଣୀ ଓଭରବ୍ରିଜ୍‌, ଯାନବାହନ ଚଳାଚଳ ପ୍ରଭାବିତ, ପୁଲିସ-ଏନ୍‌ଏଚ୍‌ଏଆଇ ଅଧିକାରୀ ମୁତୟନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପଲାଶୁଣୀ ଓଭରବ୍ରିଜ୍‌ ରବିବାର ସନ୍ଧ୍ୟାରେ ଦବି ଯାଇଛି। ସୂଚନା ଅନୁସାରେ କଟକରୁ ଭୁବନେଶ୍ୱରକୁ ଯୋଡୁଥିବା ଜାତୀୟ ରାଜପଥର ହାଇଟେକ୍‌ ମେଡିକାଲ କଲେଜ୍‌ ଛକ ନିକଟରେ ଏହି ଘଟଣା ଘଟିଛି।

ସୂଚନା ମିଳିବା ପରେ ଟ୍ରାଫିକ୍‌ ପୁଲିସ ଓ ଏନ୍‌ଏଚ୍‌ଏଆଇର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଓ ଏନ୍‌ଏଚ୍‌ଆଇର ଅଧିକାରୀମାନେ ମୁତୟନ ହୋଇଛନ୍ତି। ବ୍ରିଜ୍‌ ଉପରେ ଯାତାୟତ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିବା ବେଳେ, ଘଟଣାସ୍ଥଳରେ କର୍ଡନ କରାଯାଇଛି।

ସୂଚନାଯୋଗ୍ୟ ବମିଖାଲ ଓଭରବ୍ରିଜ୍‌ରୁ ୨୦୧୭ ସେପ୍ଟେମ୍ବର ୧୦ରେ ସ୍ଲାବ ଖସିବା ଘଟଣାକୁ ରାଜଧାନୀବାସୀ ଭୁଲି ନାହାନ୍ତି। ଘଟଣା ଦିନ ଝାରପଡ଼ା ଅଞ୍ଚଳର ୪୦ ବର୍ଷିୟ ବ୍ୟବସାୟୀ ସତ୍ୟବ୍ରତ ପଟ୍ଟନାୟକଙକର ମୃତ୍ୟୁ ଘଟିଥିଲା। ସେହିପରି ୨୦୧୮ ମେ’ ମାସ ୩ ତାରିଖରେ ବ୍ରିଜ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ପୂର୍ବରୁ ୨ଟି ଦୁର୍ଘଟଣା ଘଟିଥିବା ବେଳେ ପୁଣି ଥରେ ଏକ ବ୍ରିଜ ଦବିବା ଘଟଣାକୁ ରାଜଧାନୀବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe