କାର୍‌ ଭାଙ୍ଗିଲେ, ଖଣ୍ଡା ଧରି ଗୋଡ଼ାଇଲେ

Advertisment

ବଟି ପାଇଁ ଫ୍ଲାଏଓଭର୍‌ ଉପରେ ଦାଦାଙ୍କ ଆତଙ୍କରାଜ୍‌

ବଟି ପାଇଁ ଫ୍ଲାଏଓଭର୍‌ ଉପରେ ଦାଦାଙ୍କ ଆତଙ୍କରାଜ୍‌

କାର୍‌ ଭାଙ୍ଗିଲେ, ଖଣ୍ଡା ଧରି ଗୋଡ଼ାଇଲେ

wikiHow

ଭୁବନେଶ୍ବର: ପାର୍ବଣରେ ଅପରାଧୀମାନେ ଦାଦାବଟି ଆଦାୟ କରୁଥିବା ଅଭିଯୋଗକୁ ନେଇ ଭୁବନେଶ୍ବର ଡିସିପି ନୂଆ ନମ୍ବର ଜାରି କଲେ। ମାତ୍ର ଏହାର କେଇ ଘଣ୍ଟା ମଧ୍ୟରେ ଦାଦାଙ୍କ ଆତଙ୍କରାଜ୍‌ ଦେଖିବାକୁ ମିଳିଛି। ପାତ୍ରପଡ଼ା ଛକରେ ଜଣେ ଓମ୍‌ଫେଡ୍ ଦୋକାନୀଙ୍କଠାରୁ ୫୦ହଜାର ଟଙ୍କାର ବଟି ମିଳି ନଥିବାରୁ ଦୁର୍ବୃତ୍ତମାନେ ତାଙ୍କ କାର୍‌କୁ ଭା‌ଙ୍ଗି ଦେଇଛନ୍ତି। ଖଣ୍ଡା, ବନ୍ଧୁକଧାରୀ ଦାଦାମାନେ ଫ୍ଲାଏଓଭର୍‌ ଉପରେ ଗୋଡ଼େଇ ଗୋଡ଼େଇ ତାଙ୍କୁ ଆକ୍ରମଣ କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି।

ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପାତ୍ରପଡ଼ା ଛକରେ ଓମ୍‌ଫେଡ୍‌ ଷ୍ଟଲ୍‌ କରିଥିବା ରାକେଶ ନାୟକଙ୍କ ଅଭିଯୋଗ ଅନୁସାରେ, ଫୁଲେଶ୍ବରୀ ବସ୍ତିର ଶାନ୍ତନୁ ସେଠୀ ଓ ଅନୀଲ ମହାରଣା ତାଙ୍କଠାରୁ ଜୋରଜବରଦସ୍ତ ବିଭିନ୍ନ ଖାଦ୍ୟପଦାର୍ଥ ଛଡ଼ାଇ ନେଉଥିଲେ। ଗତରାତି ପ୍ରାୟ ୧୧ଟା ବେଳେ ଦୁ‌ହିଁଙ୍କ ସହ ଅନ୍ୟ ୧୫ଜଣ ପୂଜା ଖର୍ଚ୍ଚ ପାଇଁ ତାଙ୍କୁ ୫୦ହଜାର ଟଙ୍କା ବଟି ମାଗିଥିଲେ। ରାକେଶ ମନା କରିବାରୁ ସେମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ରାକେଶଙ୍କ ଭାଇ ରାଜେଶ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଖଣ୍ଡା, କଟୁରି ଓ ବନ୍ଧୁକ ଭଳି ମାରଣାସ୍ତ୍ରରେ ସଜ୍ଜିତ ଦୁର୍ବୃତ୍ତମାନେ ଦୁଇ ଭାଇଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ। କୌଣସି ପ୍ରକାରେ ଦୁଇଭାଇ ଦୋକାନ ଛାଡ଼ି କାର୍‌ରେ ଖସି ଯାଇଥିଲେ। କିନ୍ତୁ ଦୁର୍ବୃତ୍ତମାନେ ସେମାନଙ୍କୁ ବାଇକ୍‌ରେ ପିଛା କରି ଫ୍ଲାଏଓଭର୍‌ ଉପରେ ଅଟକାଇବା ସହ ତାଙ୍କ କାର୍‌ ଭାଙ୍ଗି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe