ଜଗନ୍ନାଥ ହୁଣ୍ଡି ଭାଙ୍ଗିଲେ, ଟଙ୍କା ନେଇ ପାରିଲେନି

Advertisment
ଜଗନ୍ନାଥ ହୁଣ୍ଡି ଭାଙ୍ଗିଲେ, ଟଙ୍କା ନେଇ ପାରିଲେନି

ଭୁବନେଶ୍ବର: କ୍ୟାପିଟାଲ ଥାନା ଅଧୀନ ଜୟଦେବ ଭବନ ସମ୍ମୁଖରେ ଥିବା ଶ୍ରୀ ଜଗନ୍ନାଥଙ୍କ ହୁଣ୍ଡିକୁ କେହି ଦୁର୍ବୃତ୍ତ ଭାଙ୍ଗି ଚୋରି ଉଦ୍ୟମ କରିଛି। କିନ୍ତୁ ସେଥିରେ ଥିବା ଟଙ୍କାକୁ ଚୋରି କରି ପାରିନାହିଁ। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍ ଆରମ୍ଭ କରିଛି। ଏ ନେଇ କ୍ୟାପିଟାଲ ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ପୁଲିସ କହିବା ମୁତାବକ, ହୁଣ୍ଡିରେ ୪ଟି ତାଲା ପଡ଼ିଥାଏ।

ଦୁର୍ବୃତ୍ତ ପ୍ରଥମ କାଚ କବାଟ ଖୋଲି ଭିତରେ ଥିବା ତାଲାକୁ ଭାଙ୍ଗିଛି। କିନ୍ତୁ ତାଲା ଭାଙ୍ଗିବା ଶବ୍ଦ ହେବାରୁ ଅନ୍ୟ ତାଲାଗୁଡ଼ିକୁ ଭାଙ୍ଗି ନ ପାରି ଚାଲି ଯାଇଛି। ତେଣୁ ସେ ଚୋରି କରି ପାରିନାହିଁ। ବଡ଼ କଥା ହେଉଛି, ଜୟଦେବ ଭବନ ଭଳି ସ୍ଥାନ ଯେଉଁଠି କଡ଼ା ସୁରକ୍ଷା ବ୍ୟବସ୍ଥା। ସଚିବାଳୟ ସମ୍ମୁଖ। ୨୪ ଘଣ୍ଟିଆ ସୁରକ୍ଷା। କିନ୍ତୁ ଏତେ ସବୁ ସତ୍ତ୍ବେ ହୁଣ୍ଡି ଭାଙ୍ଗିବା ପୁଲିସର ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe