ଭାଙ୍ଗିଲା ନିକୁଞ୍ଜବିହାରୀ ମଣ୍ଡପ ପାଚେରି

Advertisment
ଭାଙ୍ଗିଲା ନିକୁଞ୍ଜବିହାରୀ ମଣ୍ଡପ ପାଚେରି

ବାଲିଅନ୍ତା ବଜାର: ବାଲିଅନ୍ତା ପଞ୍ଚାୟତ ଅଧୀନ ବାଲିଅନ୍ତା ବଜାର ନିକଟରେ ନିର୍ମିତ ହୋଇଥିବା ନିକୁଞ୍ଜବିହାରୀ ମଣ୍ଡପର ପାଚେରି ଭୁଶୁଡ଼ିପଡ଼ିଛି। ନିକୁଞ୍ଜବିହାରୀ ମନ୍ଦିର ପାର୍ଶ୍ୱକୁ ଲାଗି ରହିଥିବା ପାଚେରିର ମଧ୍ୟଭାଗଟି ମାଟିରେ ମିଶିଯାଇଛି। ସେହିଭଳି ମଣ୍ଡପ ପଛପଟ ପାଚେରିରେ ବିରାଟ ଫାଟ ସୃଷ୍ଟି ହୋଇଛି। ତେଣୁ କେତେବେଳେ ନା କେତେବେଳେ ବଡ଼ଧରଣର ଅଘଟଣ ଘଟିବା ଆଶଙ୍କା ଥିବାରୁ ମଣ୍ଡପ ଭଡ଼ାକୁ ନେଉଥିବା ଗ୍ରାହକଙ୍କ ଭିତରେ ଭୟର ବାତାବରଣ ଲାଗିରହୁଛି। ଏବେ ବିବାହ ଋତୁ ଚାଲିଛି। ତେଣୁ ମଣ୍ଡପ ବୁକିଂ କରୁଥିବା ଲୋକେ ଭଙ୍ଗା ଓ ଭୁଶୁଡ଼ିବା ଅବସ୍ଥାରେ ଥିବା ପାଚେରି ଦେଖି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏଣେ ମଣ୍ଡପ ଅବସ୍ଥା ବିପଦପୂର୍ଣ୍ଣ ଅବସ୍ଥାରେ ଥିବାବେଳେ ବ୍ଲକ୍‌ ଓ ପଞ୍ଚାୟତ ପ୍ରଶାସନ ମରାମତି କରିବା ଦିଗରେ ପଦେକ୍ଷପ ନେଉନାହାନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ପଞ୍ଚାୟତର ଆୟ ବୃଦ୍ଧି କରିବା ପାଇଁ ମଣ୍ଡପକୁ ଉପରଠାଉରିଆ ଭାବେ ସୌନ୍ଦର୍ଯ୍ୟୀକରଣ କରାଯାଇଛି। ସମ୍ମୁଖ ଗେଟ୍‌ରେ ମାର୍ବଲ ଲଗାଯିବ ସହ ଓ ସମ୍ମୁଖ ଭାଗରେ ଫେବର ବ୍ଲକ୍‌ ପକାଇ ଚିକ୍କଣ କରାଯାଉଛି। ନବବଧୂ ବସିବାକୁ ଥିବା ରୁମ୍‌ରେ ଏସି ଲଗାଯାଇଛି। ଏଥିପାଇଁ ମଣ୍ଡପ ବୁକିଂ ପାଇଁ ଏବେ ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ଆଦାୟ କରାଯାଉଛି। କିନ୍ତୁ ମଣ୍ଡପର ପାଚେରି ସୁରକ୍ଷା ପାଇଁ ଧ୍ୟାନ ଦିଆଯାଉନାହିଁ। ଫଳରେ ବାହାଘର ବା ବ୍ରତଘର ଭୋଜିରେ ଅଣଅତିଥିଙ୍କ ସଂଖ୍ୟା ବଢ଼ିଯାଉଛି। ଏମିତିକି ଭୋଜି ଉପକରଣ ହଜୁଥିବା ଭଳି ଅଭିଯୋଗ ହେଉଛି। ତେଣୁ ଭାଙ୍ଗିଯାଇଥିବା ପାଚେରିର ତୁରନ୍ତ ପୁନରୁଦ୍ଧାର ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ବିଷୟରେ ବାଲିଅନ୍ତା ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଖୁବ୍‌ଶୀଘ୍ର ଭାଙ୍ଗିଯାଇଥିବା ପାଚେରିକୁ ନୂତନ ଭାବେ ନିର୍ମାଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe