ଜମିଜମା ମାମଲାକୁ ନେଇ ଭଉଣୀକୁ ହାଣିଲା ଭାଇ

Advertisment
ଜମିଜମା ମାମଲାକୁ ନେଇ ଭଉଣୀକୁ ହାଣିଲା ଭାଇ

ଭୁବନେଶ୍ବର : ଜମିଜମା ମାମଲାକୁ କେନ୍ଦ୍ର କରି ଭାଇ ମଙ୍ଗଳବାର ସନ୍ଧ୍ୟାରେ ଭଉଣୀକୁ କୋଦାଳର ପ୍ରାଣାନ୍ତକ ଆକ୍ରମଣ କରିଛି। କୋଦାଳ ଚୋଟରେ ମହିଳାଙ୍କ ମୁଣ୍ଡ ଫାଟି ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ମହିଳା ହେଉଛନ୍ତି ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟସ୍ଥ ବସ୍ତିର ମଂଜୁଲତା ରାଉତ। ଏନେଇ ମଂଜୁଲତାଙ୍କ ସ୍ବାମୀ ସୁବାସ ରାଉତ ଭରତପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଖବର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଜମିଜମା ମାମଲାକୁ କେନ୍ଦ୍ର କରି ଭାଇ ଗୁନି ନାୟକ ସହିତ ମଂଜୁଙ୍କର ବଚସା ହୋଇଥିଲା। ଝଗଡ଼ା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ଗୁନି ଉତ୍‌କ୍ଷିପ୍ତ ହୋଇ ଏକ କୋଦାଳ ଆଣି ଭଉଣୀ ମଂଜୁଲତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ମଂଜୁ ରକ୍ତାକ୍ତ ଅବସ୍ଥାରେ ଅଚେତ୍ ହୋଇ ତଳେ ପଡ଼ିଯାଇଥିଲେ। ପରେ ସ୍ବାମୀ ସୁବାସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଭରତପୁର ପୁଲିସ ଅଭିଯୋଗ ପାଇ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe