କ୍ରାଇମ୍‌ବ୍ରାଞ୍ଚ ପଞ୍ଝାରେ ଆଉ ଜଣେ ବ୍ରାଉନସୁଗାର ମାଫିଆ

କ୍ରାଇମ୍‌ବ୍ରାଞ୍ଚ ପଞ୍ଝାରେ ଆଉ ଜଣେ ବ୍ରାଉନସୁଗାର ମାଫିଆ

www.jagran.com

ଭୁବନେଶ୍ବର: କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଗତକାଲି ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗାର ମାଫିଆ ଶିବ ପ୍ରସାଦ ଦାସ ଓରଫ ଶିବୁକୁ ପାହଳ ଅଞ୍ଚଳରୁ ଗିରଫ କରିଥିବା ବେଳେ ଆଜି ତା’ର ଜଣେ ସହଯୋଗୀକୁ ଗିରଫ କରିଛି। ସେ ହେଲା ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଏମ୍‌ଡି ରାଜା।

ସୂଚନା ମୁତାବକ, ରାଜା ଶିବୁ ସହ ମିଶି ଜଳେଶ୍ବର, କୋଲକାତାରୁ ବ୍ରାଉନ୍‌ସୁଗାର ଆଣି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଉଥିଲା। ଗତ ଜାନୁଆରି ୨୪ ତାରିଖରେ ଏସ୍‌ଟିଏଫ୍‌ ଟିମ୍‌ ନୟାଗଡ଼ସ୍ଥିତ ଶିବୁ ଘରେ ଚଢ଼ଉ କରି ନଗଦ ୬୫ଲକ୍ଷ ଟଙ୍କା, ୩କେଜିରୁ ଊର୍ଧ୍ବ ବ୍ରାଉନ୍‌ସୁଗାର, ୩ଟି ବନ୍ଧୁକ, ୭ଟି ମ୍ୟାଗାଜିନ୍‌, ୪୩ ଗୁଳି ଜବତ କରିଥିଲା। ଏଥିରେ ରାଜାର ସମ୍ପୃକ୍ତି ଥିଲେ ବି ସେ ଖସିଯାଇଥିଲା। ଏସ୍‌ଟିଏଫ୍‌ ତା’ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ଆଜି ଏସ୍‌ଟିଏଫ୍‌ ଟିମ୍‌ ଡେଲାଙ୍ଗ ସ୍ଥିତ ଘରେ ଚଢ଼ଉ କରି ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe