ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସାଲିଆସାହି ନୀଳଚକ୍ର ନଗରରୁ ଶୁକ୍ରବାର ରାତି ବ୍ରାଉନ ସୁଗର ଜବତ ହୋଇଥିବା ଜଣାପଡ଼ିଛି। ମହିଳା ସଶକ୍ତିକରଣ ମହାମୟୀ ସଂଘ ପକ୍ଷରୁ ଏକ ଦେକାନରେ ଅଚାନକ ଚଢ଼ାଉ କରି ବ୍ରାଉନ ସୁଗର ଜବତ କରାଯାଇଥିବା ଜଣାପଡ଼ିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ଦିନ ଧରି ଅଶୋକ ଭୋଳ ଓ ତା’ର ପତ୍ନୀ ପ୍ରତିମା ଭୋଳ ବ୍ରାଉନ ସୁଗର କାରବାର କରି ଆସୁଥିଲେ।
/sambad/media/post_attachments/wp-content/uploads/2018/08/bbsr1-300x225.jpg)
ପୁଲିସର ଜାଣତରେ ଏହି ବେଆଇନ କାରବାର ହୋଇ ଆସୁଥିଲା। ପତି-ପତ୍ନୀ ପୂର୍ବରୁ ୨ ଥର ଜେଲ ଯାଇଥିଲେ ମଧ୍ୟ ବ୍ରାଉନ ସୁଗର କାରବାର ବେଆଇନ ଭାବେ ଚାଲୁ ରଖିଥିଲେ। ପୁଲିସର ନିଷ୍କ୍ରିୟତା ବିରୋଧରେ ସାଲିଆସାହି ବାସୀ ରାତିରେ ପ୍ରଦର୍ଶନ କରିଛନ୍ତି। ପ୍ରଦର୍ଶନରେ ଶତାଧିକ ମହିଳା ମଧ୍ୟ ସାମିଲ ଅଛନ୍ତି।
/sambad/media/post_attachments/wp-content/uploads/2018/08/bbsr2-300x225.jpg)
ସୂଚନାଯୋଗ୍ୟ ରାଜଧାନୀ ଭୁବନେଶ୍ୱର ବସ୍ତି ଅଞ୍ଚଳରେ ବେଆଇନ ବ୍ରାଉନ ସୁଗର କାରବାର ଚାଲୁଛି। ବହୁତ କମ୍ ଲୋକଙ୍କୁ ପୁଲିସ ଗିରଫ କରୁଥିବା ବେଳେ ଅନେକ ଘଟଣା ଲୋକଲୋଚନକୁ ଆସି ପାରୁ ନାହିଁ। ନିକଟରେ ହଳଦୀପଡ଼ିଆ ଠାରୁ ବ୍ରାଉନ ସୁଗର ଜବତ ହୋଇଥିଲା।
Follow Us