କ୍ୟୁଏଟି କବ୍‌ଜାରେ ଅବସରପ୍ରାପ୍ତ ବନ କର୍ମଚାରୀ, ୪୦ଗ୍ରାମ୍‌ ବ୍ରାଉନ୍‌ସୁଗାର, ୬୨ହଜାର ଟଙ୍କା ଜବତ

ଖୋର୍ଦ୍ଧାରେ ଏସଟିଏଫ୍ ଟିମର ଚଢ଼ାଉ: ୧୦୩୦ ଗ୍ରାମ ବ୍ରାଉନସୁଗାର ଜବତ, ୪ ଗିରଫ

jagaran.com

ମେଣ୍ଢାଶାଳ : ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ବୁଧବାର ଦିନ ଜଣେ ଅବସରପ୍ରାପ୍ତ ବନ କର୍ମଚାରୀକୁ ଗିରଫ କରିଛି। ସେ ହେଲା, ଦାରୁଠେଙ୍ଗର ସୁକାନ୍ତ ପାଟ୍ଟଶାଣି। ପୁଲିସ ତା’ ପାଖରୁ ପ୍ରାୟ ୪୦ଗ୍ରାମ ଧଳାଜହର( ୪ଲକ୍ଷ ଟଙ୍କା ମୂଲ୍ୟର), ନଗଦ ୬୨ହଜାର ଟଙ୍କା ଜବତ କରିଛି। ସୁକାନ୍ତ ଆଜି ଭୋର୍‌ରୁ ଦାରୁଠେଙ୍ଗସ୍ଥିତ ନୂଆସାହିରେ ଧଳାଜହର ବିକ୍ରି କରୁଥିବା କ୍ୟୁଏଟି ଖବର ପାଇଥିଲା। ଏହା ପରେ ଚନ୍ଦକା ପୁଲିସ ସହ ମିଶି କ୍ୟୁଏଟି ସେଠାରେ ଚଢ଼ଉ କରି ସୁକାନ୍ତ ପାଖରୁ ଧଳାଜହର ଜବତ କରିଥିଲା। ସେହିଭଳି ମହୁଲ ଓ ମାନପୁର ଗାଁ ନିକଟରୁ ପୁଲିସ ୨ଜଣ ଚୋରା ମଦ ବେପାରୀ ମନୋରଂଜନ ଓ ପ୍ରଭାତକୁ ଗିରଫ କରିଛି। ସେମାନଙ୍କ ପାଖରୁ ବିପୁଳ ମଦ ଜବତ କରାଯାଇଛି।

୧୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ବେପାରୀ ଗିରଫ

ଚନ୍ଦ୍ରଶେଖରପୁର, : ପଟିଆ ଅଞ୍ଚଳରେ ବ୍ରାଉନ୍‌ସୁଗାର ବ୍ୟବସାୟ କରୁଥିବା ଜଣେ ଯୁବକକୁ ଆଜି ମଧ୍ୟାହ୍ନରେ ଇନ୍‌ଫୋସିଟି ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ପରିମଳ ଦାସ (୪୬)। ତା’ ଘର ପଦ୍ମକିଶୋରପୁରରେ। ସେ କଟକର ‌ଜଣେ ଯୁବକଙ୍କଠାରୁ ଧଳାଜହର କିଣି ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ କରୁଥିବା ତଦନ୍ତରୁ ଜଣାପଡ଼ିଛି। ତା’ ନିକଟରୁ ୧୪ଗ୍ରାମର ଏକ ଧଳାଜହର ପୁଡ଼ିଆ ଜବତ ହେବା ସହିତ କିଛି ଟଙ୍କା ମଧ୍ୟ ପୁଲିସ ଜବତ କରିଛି। ସୂଚନା ପାଇ ପୁଲିସ ସାଧା ପୋଷାକରେ ପଟିଆ ଷ୍ଟେସନ୍ ନିକଟକୁ ଯାଇ ପରିମଳ ଉପରେ ନଜର ରଖିଥିଲା। ସେ ନିଶାଦ୍ରବ୍ୟ ବିକ୍ରି କରୁଥିଲା ବେଳେ ପୁଲିସ ତାକୁ କାବୁକରି ଥାନାକୁ ଆଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe