୩ ବେପାରୀଙ୍କଠାରୁ ୧୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ

Advertisment
ଖୋର୍ଦ୍ଧାରେ ଏସଟିଏଫ୍ ଟିମର ଚଢ଼ାଉ: ୧୦୩୦ ଗ୍ରାମ ବ୍ରାଉନସୁଗାର ଜବତ, ୪ ଗିରଫ

jagaran.com

ଭୁବନେଶ୍ବର : ସୋମବାର ଦିନ କମିସନରେଟ୍‌ ପୁଲିସ ହାତରେ ପୃଥକ ପୃଥକ ମାମଲା‌ରେ ୩ ଜଣ ବ୍ରାଉନ୍‌ସୁଗାର ବେପାରୀ ଧରାପଡ଼ିଛନ୍ତି। ଭରତପୁର ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ନୂଆପଲ୍ଲୀ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭରତପୁର ଲେନ୍‌-୫ ଅଞ୍ଚଳର ଅନ୍‌ସର ଖାଁ(୩୮), କଳିଙ୍ଗବିହାର ଅଞ୍ଚଳର ମନୋରଂଜନ ରଥ (୩୮) ଓ ନୂଆପଲ୍ଲୀ ସାଲିଆସାହି ନୀଳଚକ୍ରନଗର ଅଞ୍ଚଳର ସତ୍ୟଜିତ ପ୍ରଧାନ(୩୦)। ପୁଲିସ ସେମାନଙ୍କଠାରୁ ୧୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଓ ୬ ହଜାର ଟଙ୍କା ଜବତ କରିଛି।

ରବିବାର ରାତି ପାଖାପାଖି ୮ଟା ସମୟରେ ଅନ୍‌ସର ଓ ମନୋରଂଜନ କଳିଙ୍ଗନଗର ଡିଏଭି ସ୍କୁଲ ନିକଟରେ ବ୍ରାଉନ୍‌ସୁଗାର ବିକିବା ପାଇଁ ଜଣେ ଗ୍ରାହକଙ୍କୁ ଅପେକ୍ଷା କରିଥିବା ଭରତପୁର ଥାନା ପୁଲିସ ସେମାନଙ୍କୁ କାବୁ କରିଥିଲା। ଉଭୟଙ୍କଠାରୁ ୬ଗ୍ରାମ ବ୍ରାଉନ୍‌ସୁଗାର ଓ ହଜାରେ ଟଙ୍କା ଜବତ କରାଯାଇଥିଲା। ସେହିପରି ସାଲିଆସାହି ନୀଳଚକ୍ରନଗର ଅଞ୍ଚଳର ସତ୍ୟଜିତ ନିଜ ଦୋକାନରେ ବ୍ରାଉନ୍‌ସୁଗାର କାରବାର କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଗତକାଲି ରାତିରେ ପୁଲିସ ଟିମ୍‌ ଉକ୍ତ ଦୋକାନରେ ଚଢ଼ଉ କରି ୬ଗ୍ରାମ ବ୍ରାଉନ୍‌ସୁଗାର, ୫ହଜାର ଟଙ୍କା ଏବଂ ୫ଟି ଚୋରା ମୋବାଇଲ୍‌ ଫୋନ୍‌ ସେଟ୍‌ ଜବତ କରିଥିଲା। ସତ୍ୟଜିତ୍ ଏହି ଚୋରା ମୋବାଇଲ୍‌ ଫୋନ୍‌ ବ୍ୟବହାର କରି ଧଳାଜହର ବେପାର କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe