ଭୁବନେଶ୍ବର : ୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

Advertisment
ଭୁବନେଶ୍ବର : ୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ବର : କମିସନରେଟ୍‌ ପୁଲିସର ଡ୍ରଗ୍‌ ଟାସ୍କ ଫୋର୍ସ ଆଜି ଶାନ୍ତିପଲ୍ଲୀ ବସ୍ତି ଲେଭେଲ କ୍ରସିଂ ନିକଟରେ ଚଢ଼ଉ କରି ୪୦.୫୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ପଥରବନ୍ଧ ବସ୍ତିରେ ରହୁଥିବା ବଡ଼ମ୍ବା ସୁନାପାଳ ଗ୍ରାମର ଶୁଭେନ୍ଦୁ ପଣ୍ଡା, ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ରହୁଥିବା ଅଜୟ କୁମାର କର ଓ ସାମନ୍ତରାପୁରର ସତ୍ୟନାରାୟଣ ବେହେରାଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୬ ହଜାର ୪ଶହ ଟଙ୍କା, ନିଶାଦ୍ରବ୍ୟ ବେପାରରେ ବ୍ୟବହୃତ ଗୋଟିଏ ମୋଟର ସାଇକେଲ ଓ ୩ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରୁଛି। ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଏମାନେ କେଉଁଠୁ ମାଲ୍‌ ଆଣୁଥିଲେ, କେଉଁମାନେ ଗ୍ରାହକ ଥିଲେ, ସେ ନେଇ ଅଧିକ ତଦନ୍ତ ଚାଲିଥିବା ତଦନ୍ତକାରୀ ଏସ୍‌ଆଇ ବିକ୍ରମ ମାଣିଆ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe