୩୫ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ, ୩ ଗିରଫ

Advertisment
୩୫ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ, ୩ ଗିରଫ

image source--new indian express

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ କମିସନରେଟ୍‌ ପୁଲିସର କ୍ୟୁଏଟି ରାଜଧାନୀରେ ବ୍ରାଉନ୍‌ସୁଗାର କାରବାର ଚଳାଇଥିବା ଏକ ଗ୍ୟାଙ୍ଗ୍‌କୁ ଠାବ କରିଛି। ବାଲେଶ୍ବରରୁ ମାଲ୍ ଚାଲାଣ କରୁଥିବା ୨ଜଣ ଏଜେଣ୍ଟଙ୍କ ସମେତ ଭୁବନେଶ୍ବରରେ ଧଳା ଜହର ବିକୁଥିବା ଜଣେ ବେପାରୀକୁ କ୍ୟୁଏଟି ଟିମ୍‌ ଗିରଫ କରିଛି। ସେମାନଙ୍କଠାରୁ ୨ଟି ବାଇକ୍‌, ୫୦ ହଜାର ଟଙ୍କା ଓ ପ୍ରାୟ ୩୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ୍ ସୁଗାର ଜବତ କରାଯାଇଛି। ୩ ଅଭିଯୁକ୍ତଙ୍କୁ ବାଲିଅନ୍ତା ଥାନା ଜିମା ଦିଆଯାଇ ଅଧିକ ତଦନ୍ତ ଜାରି ରହିଛି।

ସୂଚନାନୁସାରେ, ହଂସପାଳ ନିକଟସ୍ଥ ଏକ ମଲ୍‌ ନିକ‌ଟରେ ଅପେକ୍ଷା କରିଥିବା ବ୍ରାଉନ୍‌ସୁଗାର ବେପାରୀକୁ କ୍ୟୁଏଟି ଟିମ୍‌ ଛକି ରହିଥିଲା। କ୍ୟୁଏଟି ପାଇଥିବା ଖବର ଅନୁସାରେ ବାଲେଶ୍ବରର ୨ ଯୁବକ ମାଲ୍ ଧରି ଉକ୍ତ ମଲ୍ ନିକଟରେ ପହଞ୍ଚିଥିଲେ ଓ ଭୁବନେଶ୍ବର ବେପାରୀକୁ ହସ୍ତାନ୍ତର କରି ତୁରନ୍ତ ଫେରି ଯାଇଥିଲେ। ତେବେ ପୂର୍ବରୁ ଛକି ରହିଥିବା ଟିମ୍‌ର କିଛି କର୍ମଚାରୀ ଯୁବକଦ୍ବୟଙ୍କୁ ପିଛା କରିବା ବେଳେ ଅନ୍ୟ କର୍ମଚାରୀମାନେ ଭୁବନେଶ୍ବର ବେପାରୀକୁ ମାଡ଼ି ବସିଥିଲେ। ପରେ ପାହାଳ ନିକଟରେ ବାଲେଶ୍ବରର ୨ଯୁବକଙ୍କୁ କାବୁ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe