୩୩ ଗ୍ରାମ୍‌ ବ୍ରାଉନସୁଗାର ଜବତ, ୪ ଅଟକ

udaipurtimes.com

ଚନ୍ଦ୍ରଶେଖରପୁର/ପୁରୁଣା ଭୁବନେଶ୍ୱର : ବ୍ରାଉନ୍‌ସୁଗାର ବେପାର କରୁଥିବା ଦୁଇଜଣ ମହିଳାଙ୍କ ସମେତ ମୋଟ ୪ଜଣଙ୍କୁ ପୁଲିସ ଅଟକ ରଖିଛି। ସେମାନଙ୍କଠାରୁ ୩୩ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଆଜି ସକାଳେ ପ୍ରଶାନ୍ତିବିହାର ବଙ୍ଗାଳୀ ସାହିରେ ବାସନ୍ତୀ ସାହୁ ଓ ଆର୍ଯ୍ୟ ନାଚ ନାମକ ଦୁଇ ମହିଳା ଧଳାଜହର ବେପାର କରୁଥିବା ବେଳେ ଇନ୍‌ଫୋସିଟି ପୁଲିସ ସେମାନଙ୍କୁ ଧରିଥିଲା। ସେମାନଙ୍କଠାରୁ ୨୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ସେହିପରି ଧଉଳି ଥାନା ଅଧୀନ ଟିକରପଡ଼ା ଗଙ୍ଗେଶ୍ୱରପୁର ନିକଟରେ ବ୍ରାଉ ସୁଗାର ବେପାର କରୁଥିବା ବେଳେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ, ପିପିଲି ଅଞ୍ଚଳର ବିଶ୍ୱଜିତ ମାନସିଂହ (୪୬) ଓ ଗଙ୍ଗେଶ୍ୱରପୁରର ନରେଶ ମହାପାତ୍ର (୩୫)। ପୁଲିସ ସେମାନଙ୍କଠାରୁ ୪ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏ ନେଇ ଧଉଳି ଥାନାରେ ୧୦୪/୧୯ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe