pakistantoday.com.pk
ଭୁବନେଶ୍ୱର : ନିଶା ବେପାରୀଙ୍କ ଉପରେ ନିୟନ୍ତ୍ରଣ ରଖିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଡ୍ରାଇଭ୍ ଆଜି ମଧ୍ୟ ଜାରି ରହିଛି। ଆଜି ଲକ୍ଷ୍ମୀସାଗର ଓ ଜଟଣୀ ଥାନା ପୁଲିସ ୪ ଜଣ ନିଶା ବେପାରୀଙ୍କୁ ଗିରଫ କରିବା ସହିତ ୨୧.୩୨ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି। ଏଭଳି ଚଢ଼ଉ ଆଗାମୀ ଦିନରେ କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି।
ପୁଲିସ ସୂଚନା ମୁତାବକ, ଲକ୍ଷ୍ମୀସାଗର ଥାନା ପୁଲିସ ବାନ୍ଧିଥିବା ଅଭିଯୁକ୍ତ ହେଉଛନ୍ତି ପ୍ରଦୀପ ପ୍ରଧାନ ଓ ଦିଲ୍ଲୀପ ସିଂହ। ପ୍ରଦୀପ ଠାରୁ ୭.୩୫ ଗ୍ରାମ୍ ବ୍ରାଉନ ସୁଗାର ସହ ୧୫୫୦ ଟଙ୍କା ଓ ଦିଲ୍ଲୀପ ଠାରୁ ୭.୩୫ ଗ୍ରାମ୍ ବ୍ରାଉନ ସୁଗାର ସହ ୧୨୫୦ ଟଙ୍କା ଜବତ କରାଯାଇଛି। ଜଟଣୀ ଥାନା ଅଧୀନରେ ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ମୁନା ପ୍ରଧାନ ଓ ପ୍ରମୋଦ ପ୍ରଧାନ। ସେମାନଙ୍କଠାରୁ ୬.୯୨ ଗ୍ରାମ ଓଜନର ବ୍ରାଉନ ସୁଗାର ଓ ୬୯୦୦ ଟଙ୍କା ଜବତ କରାଯାଇଛି। ୨୦୧୮ ମସିହାରେ ପ୍ରଦୀପ ଏଭଳି ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଜେଲ୍ ଯାଇଥିଲା। ସେହିଭଳି ଦିଲ୍ଲୀପ ୨୦୧୩ ମସିହାରେ ହତ୍ୟା ଉଦ୍ୟମ ମାମଲାରେ ବନ୍ଧା ହୋଇଥିବା ବେଳେ ଦୁଇଥର ବ୍ରାଉନ ସୁଗାର ବିକିବା ଅଭିଯୋଗରେ ଜେଲ୍ ଯାଇଛି। ଉଭୟ ଜାମିନ୍ରେ ଆସିବା ପରେ ପୁଣି ଥରେ ବେପାରରେ ଲାଗି ଯାଇଥିବା ଲକ୍ଷ୍ମୀସାଗର ଥାନା ପୁଲିସ କହିଛି। ସେହିଭଳି ମୁନା ଓ ପ୍ରମୋଦ ନାଁରେ ଜଟଣୀ ଥାନାରେ ଏକାଧିକ ମାମଲା ରହିଛି।
Follow Us