ଖଣ୍ଡଗିରିରୁ ୨ ନିଶା ବେପାରୀ ଗିରଫ; ୭୦ଗ୍ରାମ୍ ବ୍ରାଉନ୍‌ସୁଗାର, ୮୦ ହଜାର ଟଙ୍କା ଜବତ

ଖଣ୍ଡଗିରିରୁ ୨ ନିଶା ବେପାରୀ ଗିରଫ; ୭୦ଗ୍ରାମ୍ ବ୍ରାଉନ୍‌ସୁଗାର, ୮୦ ହଜାର ଟଙ୍କା ଜବତ

ଭୁବନେଶ୍ବର : ‘ହ୍ବାଇଟ୍ ସ୍ପାଇଡର’ ଅଭିଯାନରେ କମିସନରେଟ୍ ପୁଲିସକୁ ପୁଣି ଏକ ସଫଳତା ମିଳିଛି। ଆଜି ସକାଳୁ ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ ତପୋବନ ବସ୍ତିରୁ ଜଣେ ମହିଳାଙ୍କ ସମେତ ୨ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାଗଡ଼ ନରସିଂହପ୍ରସାଦର ରୀନା ଜେନା(୪୨) ଓ କୋଳଥିଆର ଜ୍ୟୋତିରଂଜନ ପଟ୍ଟନାୟକ(୩୦)। ସେମାନଙ୍କ ପାଖରୁ ୭୦ ଗ୍ରାମ୍ ବ୍ରାଉନସୁଗାର, ନଗଦ ୮୦ହଜାର ଟଙ୍କା, ୨ଟି ମୋବାଇଲ ଫୋନ୍‌ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଖବର ଅନୁସାରେ ଜ୍ୟୋତି ଖୋର୍ଦ୍ଧାରୁ ବ୍ରାଉନ୍‌ସୁଗାର ଆଣି ରୀନାଙ୍କ ସ୍ବାମୀ ପ୍ରଫୁଲ୍ଲଙ୍କ ସହାୟତାରେ ଖଣ୍ଡଗିରି ଅଞ୍ଚଳରେ କାରବାର କରୁଥିଲା। ଦୁଇ ବର୍ଷ ତଳେ ପ୍ରଫୁଲ୍ଲ ଗଞ୍ଜେଇ କାରବାର ମାମଲାରେ ଗିରଫ ହୋଇଥିଲା। ଏବେ ସେ ଜେଲ୍‌ରେ ରହିଛି। ପ୍ରଫୁଲ୍ଲ ଜେଲ୍‌ ଯିବା ପରେ ରୀନା ବ୍ରାଉନ୍‌ସୁଗାର କା‌ରବାରର ମଙ୍ଗ ଧରିଥିଲା। ପୂର୍ବ ଭଳି ଜ୍ୟୋତି ଖୋର୍ଦ୍ଧାରୁ ମାଲ୍‌ ଆଣୁଥିଲା ଓ ରୀନା ସହ ମିଶି ବିକୁଥିଲା। ତେବେ ଆଜି ଜ୍ୟୋତି ଖୋର୍ଦ୍ଧାରୁ ମାଲ୍ ଆଣି ରୀନା ପାଖରେ ପହଞ୍ଚାଇବା ଖବର ପାଇ ପୁଲିସ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe