ଚନ୍ଦ୍ରଶେଖରପୁର : ୪୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ, ଛୋଟି-ଜଟିଆ ଯୋଡ଼ି ଗିରଫ

Advertisment
୪୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

sambadenglish.com

ଚନ୍ଦ୍ରଶେଖରପୁର : ଆଜି କ୍ୟୁଏଟି ଓ ଚନ୍ଦ୍ରଶେଖରପୁର ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି ବ୍ରାଉନ୍ ସୁଗାର କାରବାର କରୁଥିବା ୨ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ନୀଳାଦ୍ରି ବିହାର ସେକ୍ଟର୍ ୫ ଅଞ୍ଚଳର ଜ୍ୟୋତିପ୍ରକାଶ ମହାନ୍ତି (୨୨) ଓରଫ ଛୋଟି ଏବଂ ଡ଼ମଣା ଅଞ୍ଚଳର ସତ୍ୟଜିତ୍ ସାହୁ (୨୦) ଓରଫ ଜଟିଆ। ପୁଲିସ ସେମାନଙ୍କଠାରୁ ୪୫ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି। ଜବତ ଧଳା ଜହରର ବଜାର ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ସେମାନଙ୍କଠାରୁ ୨ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ପଲସର୍ ବାଇକ୍ ଓ ୧ ହଜାର ୨ଶହ ଟଙ୍କା ମଧ୍ୟ ଜବତ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ଏହି ଯୋଡ଼ି ଦୀର୍ଘ ଦିନ ହେଲା ପଟିଆ ଅଞ୍ଚଳରେ ଏହି ଜହର ବେପାର ଚଳାଉଥିବା ଅଭିଯୋଗ ହେଉଥିଲା। ପୁଲିସ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ବେଳେ ଆଜି ମଧ୍ୟାହ୍ନରେ ସେମାନେ ଶୈଳଶ୍ରୀବିହାର ନିକଟରେ ଗ୍ରାହକ ଅପେକ୍ଷାରେ ଥିବା ଖବର ମିଳିଥିଲା। ତେଣୁ କୁଇକ୍‌ ଆକ୍ସନ୍‌ ଟିମ୍‌ ସାଦା ପୋଷାକରେ ଗ୍ରାହକ ବେଶରେ ସେମାନଙ୍କ ନିକଟରେ ପହଞ୍ଚିବା ବେଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଛକି ରହିଥିଲା। ଏହି ଧୂର୍ତ୍ତ ଯୋଡ଼ି ପୁଲିସ ଚଢ଼ଉ ବାବଦରେ ସୁରାକ୍ ନପାଇ ଧରା ପଡ଼ି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe