ବାଲିପାଟଣାରେ ବଢ଼ୁଛି ବ୍ରାଉନ୍‌ସୁଗାର ବେପାର

Advertisment
ଉତ୍ତର ଓଡ଼ିଶା ନିୟନ୍ତ୍ରଣରେ ଧଳାଜହର କାରବାର

ବାଲିପାଟଣା: ବାଲିପାଟଣାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବ୍ରାଉନ୍‌ସୁଗାର ବେପାର ବଢ଼ିବାରେ ଲାଗିଛି। ରାଜଧାନୀ ଓ କଟକର ନିଶା ବେପାରୀମାନେ ସ୍ଥାନୀୟ ଅଞ୍ଚଳରେ ପୁଳା ପୁଳା କୁଜି ବେପାରୀ ତିଆରି କରି ଏହି ଧଳାଜହର କାରବାରର ଚେର ଲମ୍ବାଇଛନ୍ତି। ବିଶେଷକରି ଯୁବପିଢ଼ି ଏବଂ କଲେଜ ପଢୁଆ ପିଲାମାନେ ଏହି ନିଶା କବଳରେ ପଡ଼ୁଛନ୍ତି। ପୁଲିସର ନିଷ୍କ୍ରିୟତା ଏହି କାରବାରକୁ ଅଧିକ ପ୍ରୋତ୍ସାହିତ କରୁଥିବାରୁ ସାଧାରଣରେ ଅସନ୍ତୋଷ ଦାନା ବାନ୍ଧୁଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବାଲିପାଟଣା ଥାନା ଅଞ୍ଚଳରେ ଏବେ ଗାଁ ଗଣ୍ଡା ଗଳିକନ୍ଦିରେ ବ୍ରାଉନ୍‌ସୁଗାର ଚେର ମାଡ଼ିସାରିଛି। ଏହି ନିଶାସେବନ କରୁଥିବା କିଛି ଯୁବକ ମଧ୍ୟ ଏହାର ବେପାର କରୁଛନ୍ତି। ସ୍କୁଲ ଘର ଏବଂ ପରିତ୍ୟକ୍ତ ସ୍ଥାନରେ ନିଶାଡ଼ିଙ୍କ ଆଡ୍ଡା ଜମୁଛି। ବ୍ରାଉନ୍‌ସୁଗାର ପ୍ୟାକେଟ୍‌ ପିଛା ୪୫୦ ରୁ ୫୦୦ ଟଙ୍କାରେ ବିକ୍ରି ହେଉଛି। ପରିତାପର କଥା ଏବେ ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ର ଓ ଯୁବକମାନେ ଏହି ନିଶା କବଳରେ ପଡ଼ିଥିବା ଦେଖିବାକୁ ମିଳୁଛି। ଫଳରେ ବହୁ ଲୋକଙ୍କ ପରିବାର ନଷ୍ଟ ହେବାକୁ ବସିଲାଣି। ଏଥିସହିତ ନିଶା ସେବନ କରି ସେମାନେ ସାଧାରଣରେ ଆତଙ୍କ ସୃଷ୍ଟି କରୁଛନ୍ତି। ଫଳରେ ଏବେ ସାଧାରଣ ଲୋକମାନେ ବଜାର ହାଟରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଛିନ୍‌ତାଇ ବଢ଼ୁଥିବାରୁ ମହିଳାମାନେ ଭୟରେ‌ ଗୋଡ଼ କାଢ଼ିବାକୁ ଭୟ କରୁଛନ୍ତି। ଏସ୍‌ଟିଏଫ୍‌ ଟିମ୍‌ ଏହି ଅଞ୍ଚଳରୁ କିଛି ନିଶା ବେପାରୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲେ ହେଁ ସ୍ଥାନୀୟ ପୁଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଅନ୍ୟପକ୍ଷରେ ଗାଁ ଗଣ୍ଡାରେ ମଧ୍ୟ ନିଶାଡ଼ିଙ୍କ ଆତଙ୍କ ବଢ଼ିଥିବାରୁ ପଥଭ୍ରଷ୍ଟ ଯୁବକମାନଙ୍କୁ ନେଇ ଲୋକେ ଚିନ୍ତା ପ୍ରକଟ କଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe