ପାନ ଦୋକାନରେ ଧଳାଜହର କାରବାର

Advertisment

୨ଲକ୍ଷର ମାଲ୍‌ ଜବତ, ବେପାରୀ ଗିରଫ

୨ଲକ୍ଷର ମାଲ୍‌ ଜବତ, ବେପାରୀ ଗିରଫ

ମଟର ପମ୍ପ ଚୋରି ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ

Image Courtesy of Times of India

ବାଲିପାଟଣା: ବାଲିପାଟଣା ପୁଲିସ ଆଜି ଜଣେ ପେସାଦାର ବ୍ରାଉନସୁଗାର୍‌ ବେପାରୀକୁ ଗିରଫ କରିଛି। ସେ ହେଲା, ଅଠାନ୍ତର ଭୋଇସାହିର ଗିରିଧାରୀ ଭୋଇଙ୍କ ପୁଅ ସରଜୁ ଭୋଇ(୩୦)। ତା’ ପାଖରୁ ପୁଲିସ୍‌ ୨ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଧଳାଜହର ଜବତ କରିବା ସହ ତାକୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ଅନୁସାରେ, ଅଠାନ୍ତର ଭୋଇସାହି ନିକଟରେ ସରଜୁ ପାନ ଦୋକାନ ଖୋଲି ଲୁଚାଛପାରେ ବ୍ରାଉନସୁଗାର କାରବାର କରୁଥିଲା। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ ପୁଲିସ୍‌ ପାଖରେ କିଛି ପ୍ରମାଣ ନଥିବାରୁ ତାକୁ ଧରିପାରୁନଥିଲା।

ତେବେ ଆଜି ସକାଳେ ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ସରଜୁ ଏକ ବାଇକ୍‌ରେ ବାଲିପାଟଣାରୁ ବାଳକାଟି ଅଭିମୁଖେ ବ୍ରାଉନସୁଗାର ନେଇ ଯାଉଛି। ପୁଲିସ୍‌ର ଏକ ଟିମ୍‌ ବିଶ୍ୱନାଥପୁର ପେଟ୍ରୋଲ ପମ୍ପ ନିକଟରେ ତାକୁ କାବୁ କରିବା ସହ ତା’ ନିକଟରୁ ୨୧ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe