ବିଏସ୍‌ଏବିଟିର ଦୋକାନଗୃହ ଆବଣ୍ଟନ: ଲଟେରିରେ ଦୋକାନ ପାଇଲେ ୧୧୨ଜଣ, ବିଡିଏ ସହ ଚୁକ୍ତି ପରେ ଖୋଲିବେ ଦୋକାନ

ଓଡ଼ିଶାର ସବୁଠାରୁ ବଡ଼ ପରିବହନ କେନ୍ଦ୍ର ଭାବେ ପରିଚିତ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍ ଟର୍ମିନାଲ(ବିଏସ୍‌ଏବିଟି)ର ୧୧୨ ଦୋକାନ ଗୃହ ଆବଣ୍ଟନ ପ୍ରକ୍ରିୟା ଆଜି ଶେଷ ହୋଇଛି। ଲଟେରି ଜରିଆରେ ୧୧୨ଜଣ ହିତାଧିକାରୀଙ୍କୁ ଏହି ଦୋକାନଘର ଆବଣ୍ଟନ କରାଯାଇଛି।

fshsfhfxbv

ଭୁବନେଶ୍ୱର/ଖଣ୍ଡଗିରି: ଓଡ଼ିଶାର ସବୁଠାରୁ ବଡ଼ ପରିବହନ କେନ୍ଦ୍ର ଭାବେ ପରିଚିତ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍ ଟର୍ମିନାଲ(ବିଏସ୍‌ଏବିଟି)ର ୧୧୨ ଦୋକାନ ଗୃହ ଆବଣ୍ଟନ ପ୍ରକ୍ରିୟା ଆଜି ଶେଷ ହୋଇଛି। ଲଟେରି ଜରିଆରେ ୧୧୨ଜଣ ହିତାଧିକାରୀଙ୍କୁ ଏହି ଦୋକାନଘର ଆବଣ୍ଟନ କରାଯାଇଛି। ମାସିକ ଭଡ଼ା ଭିତ୍ତିରେ ଏହି ୧୧୨ଟି ଦୋକାନଘର ଆବଣ୍ଟିତ ହୋଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ କେ-୭ କଳିଙ୍ଗବିହାରସ୍ଥିତ କଲ୍ୟାଣମଣ୍ଡଠାରେ ଏହି ଲଟେରି ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀଙ୍କ ଉପସ୍ଥିତିରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଲଟେରି ଜରିଆରେ ଚୟନ କରାଯାଇଥିଲା। ବିଏସ୍‌ଏବିଟିର ନିର୍ମାଣ ପୂର୍ବରୁ ପୁରୁଣା ବରମୁଣ୍ଡା ବସ୍ ଟର୍ମିନାଲ ପରିଚାଳନା କରୁଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି) ଦ୍ୱାରା କରାଯାଇଥିବା ଏକ ସର୍ଭେ ଆଧାରରେ ହିତାଧିକାରୀଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଥିଲା। ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଲଟେରି ବ୍ୟବସ୍ଥା ହୋଇଥିଲା। ସ୍ୱଚ୍ଛତା ଓ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ  ପର୍ଯ୍ୟବେକ୍ଷକ ଭାବେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ର ମହାପ୍ରବନ୍ଧକ ପୁରନ୍ଦର ନନ୍ଦ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ହିତାଧିକାରୀମାନେ ଲଟେରି ବାକ୍ସରୁ ନିଜର ମନପସନ୍ଦର କାଗଜ ଉଠାଇଥିଲେ। ହିତାଧିକାରୀଙ୍କ ଯେଉଁ ଦୋକାନଘର ନମ୍ୱର ଉଠିଥିଲା, ସେମାନଙ୍କୁ ସେହି ଦୋକାନଘର  ଦିଆଯାଇଛି।

ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ତିରୁମାଲା ନାଏକ ଦୋକାନ ମାଲିକଙ୍କୁ ସ୍ୱଚ୍ଛତା ଓ ଗ୍ରାହକ ସେବାର ଉଚ୍ଚ ମାନଦଣ୍ଡ ବଜାୟ ରଖିବାକୁ ନିବେଦନ କରିଛନ୍ତି। ଦୋକାନଘର ଓ ଆଖପାଖର ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ସହ ଯାତ୍ରୀ ଅନୁକୂଳ ସେବା ସୁନିଶ୍ଚିତ କରିବାକୁ କୁହାଯାଇଛି। ସର୍ବଦା ଯାତ୍ରୀ ସୁବିଧା ଉପରେ ଦୃଷ୍ଟି ଦେବାକୁ ଶ୍ରୀ ନାଏକ ଗୁରୁତ୍ୱାରୋପ କରିଛନ୍ତି। ଆବଣ୍ଟିତ ଦୋକାନରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପାଣି ସଂଯୋଗ ଓ ୨୪ ଘଣ୍ଟା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହିତାଧିକାରୀଙ୍କୁ ସେମାନଙ୍କର ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବିଡିଏ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପଡିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିସନର୍ ସ୍ନିଗ୍ଧାରାଣୀ ଧଳ, ଡେପୁଟି କମିସନର୍ ଭବତାରଣ ସାହୁ, ବିଏସ୍ଏବିଟି ମ୍ୟାନେଜର ଇତିକାନ୍ତ ମହାପାତ୍ର, ଯୁଗ୍ମ କମିସନର୍ ରଞ୍ଜନ କୁମାର ଜେନା, ଅତିରିକ୍ତ କମିସନର୍ ମନୋଜ ସ୍ୱାଇଁଙ୍କ ସମେତ ବହୁ ବିଡିଏ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୧୧ ଏକର ଜମିରେ ନିର୍ମିତ ବିଏସ୍‌ଏବିଟି ଓଡ଼ିଶାର ସବୁଠାରୁ ବଡ଼ ବସ୍ ଟର୍ମିନାଲ, ଯେଉଁଠି ପ୍ରତିଦିନ ୧୫୦୦ରୁ ଅଧିକ ବସ୍ ଓ ପ୍ରାୟ ୨୦,୦୦୦ ଯାତ୍ରୀଙ୍କୁ ସେବା ଯୋଗାଉଛି। ଏହା ଅନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ ବସ୍ ଯାତ୍ରୀସେବା ପ୍ରଦାନ କରି ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe