ବରମୁଣ୍ଡାରେ ବିଏସଏନଏଲ୍ ଟେଲିଫୋନ୍ ସେବା ଅଚଳ

Advertisment
୫୦ ଟଙ୍କାରୁ କମ ପ୍ଲାନ ଲଂଚ କଲା ବିଏସଏନଏଲ, ଶସ୍ତା ପ୍ଲାନରେ ମିଳିବ ଅସୀମିତ କଲ ଓ ଡାଟା

TelecomTalk

ଭୁବନେଶ୍ବର: ଗତ କିଛିଦିନ ହେବ ବରମୁଣ୍ଡା ଅଞ୍ଚଳରେ ବିଏସଏନଏଲର ଲ୍ୟାଣ୍ଡଫୋନ୍ ସେବା ସଂପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଏନେଇ ସ୍ଥାନୀୟ ଅଞ୍ଚଳର ଉପଭୋକ୍ତା ବାରମ୍ବାର ବିଏସଏନଏଲ୍ କାର୍ଯ୍ୟାଳୟରେ ଅଭିଯୋଗ କଲେ ସୁଦ୍ଧା ସମସ୍ୟା ସମାଧାନ ହେଉନାହିଁ। କର୍ମଚାରୀମାନେ ସମସ୍ୟା ସୁଧାରିବା ତ ଦୂରର କଥା ବିଭିନ୍ନ ଆଳ ଦେଖାଇ ଫୋନ୍ ରଖିଦେଉଛନ୍ତି। ତେବେ ଇତି ମଧ୍ୟରେ କାର୍ଯ୍ୟାଳୟର ଏସଡିଓ ବଦଳି ହୋଇଯାଇଥିବା ଶୁଣିବାକୁ ମିଳୁଥିବା ବେଳେ କର୍ମଚାରୀମାନେ ଖାମଖିଆଲ ମନୋବୃତ୍ତିରେ କାମ କରୁଛନ୍ତି। ଅଭିଯୋଗ ସତ୍ତ୍ବେ ସେମାନେ ଅଚଳ ହୋଇପଡ଼ିଥିବା ଟେଲିଫୋନ ଲାଇନ୍‌ ସଜାଡ଼ୁ ନାହାନ୍ତି। ମାସର ଅଧାଦିନ ଟେଲିଫୋନ୍ ଅଚଳ ରହୁଥିବା ବେଳେ ବାକି ସମୟ କେବୁଲ୍ ଖରାପ ଓ ତାର ଛିଣ୍ଡିଯାଇଛି କହି କାର୍ଯ୍ୟାଳୟର ଲୋକେ ସମସ୍ୟାକୁ ଏଡ଼େଇ ଦେଉଛନ୍ତି। ତେଣୁ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ବିଏସଏନଏଲ୍ ଉପଭୋକ୍ତାମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe