ବିଏସ୍‌ଏନ୍‌ଏଲ୍‌ ପେନସନ୍‌ଧାରୀ କଲ୍ୟାଣ ସଂଘର ସମ୍ମିଳନୀ

Advertisment
ବିଏସ୍‌ଏନ୍‌ଏଲ, ଏମ୍‌ଟିଏନ୍‌ଏଲ୍‌ର ୯୨ ହଜାର କର୍ମଚାରୀଙ୍କ ଭିଆର୍‌ଏସ୍‌ ଆବେଦନ

The Hans India

ଭୁବନେଶ୍ବର: ସର୍ବଭାରତୀୟ ବିଏସ୍‌ଏନ୍‌ଏଲ୍‌ ପେନସନର୍ସ ୱେଲ୍‌ଫେୟାର ଆସୋସିଏସନ୍‌ ଓଡ଼ିଶା ଶାଖାର ୫ମ ଦ୍ବିବାର୍ଷିକ ମଣ୍ଡଳ ସମ୍ମିଳନୀ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନ୍‌ର ରାଷ୍ଟ୍ରୀୟ ସଭାପତି ପି.ଏସ୍‌ ରମଣକୁଟି ଏହାକୁ ଉଦ୍‌ଘାଟନ କରିଥିଲେ। ବିଏସ୍‌ଏନ୍‌ଏଲ୍‌ ଓଡ଼ିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଡ. ଉଦୟ ଶଙ୍କର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଟେଲିକମ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାର ଓଡ଼ିଶା ଟେଲିକମ୍‌ ସର୍କଲକୁ ପ୍ରଶଂସା କରିଥିଲେ। ଟେଲିକମ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ଦୀର୍ଘଦିନର ଦାବି ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଡ. ପଣ୍ଡା କହିଥିଲେ। ସମ୍ମିଳନୀରେ ସର୍ବଭାରତୀୟ ଆସୋସିଏସନ୍‌ର ଉପ ସମ୍ପାଦକ ଭାରା ପ୍ରସାଦ, ସର୍ବଭାରତୀୟ କେନ୍ଦ୍ର ସରକାରୀ କର୍ମଚାରୀ ପେନ‌ସନ‌ଭୋଗୀ କଲ୍ୟାଣ ସଂଘର ସଭାପତି ଜୟକୃଷ୍ଣ ତ୍ରିପାଠୀ ଉଦ୍‌ବୋଧନ ଦେଇଥିଲେ। ବିଏସଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ର କର୍ମଚାରୀଙ୍କୁ କେନ୍ଦ୍ର ସରକାର ପେନସନ ଯୋଜନା ଅନୁଯାୟୀ ୨୦୧୬ ଜାନୁଆରୀରୁ ସଂଶୋଧିତ ପେନସନ ପ୍ରଦାନ କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଓଡ଼ିଶା ଶାଖା ସଭାପତି ରମେଶ ଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ମଣ୍ଡଳ ସମ୍ପାଦକ ବିଶ୍ବନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଜ୍ୟୋତିରଂଜନ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe