ନିର୍ବାଚନ ମୈଦାନରେ ବିଟେକ୍‌ ବୋହୂ

ନିର୍ବାଚନ ମୈଦାନରେ ବିଟେକ୍‌ ବୋହୂ

ବାଲିପାଟଣା: ବାଲିପାଟଣା ବ୍ଲକ ମଝିହରା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଏଥର ନିର୍ବାଚନ ଲଢ଼ୁଛନ୍ତି ଜସ୍ମିନ୍ କୌସର୍‌। ବିଟେକ୍‌ ପାସ୍‌ କରିଥିବା ଜସ୍ମିନ୍‌ ଘରୋଇ କମ୍ପାନି ଚାକିରି ଛାଡ଼ି ନିର୍ବାଚନ ଲଢ଼ୁଛନ୍ତି। ଦୁର୍ନୀତି ବିରୋଧୀ ନାରା ଦେଇ ଭୋଟ୍‌ ଭିକ୍ଷା କରୁଥିବା ଜସ୍ମିନ୍‌ଙ୍କୁ ନେଇ ପଞ୍ଚାୟତରେ ଚର୍ଚ୍ଚା ଲାଗିରହିଛି। ବଡ଼ କଥା ହେଉଛି ଜସ୍ମିନ୍‌ଙ୍କ ମା ସାହିସ୍ତା ବେଗମ୍‌ ଉକ୍ତ ପଞ୍ଚାୟତରେ ପୂର୍ବରୁ ସରପଞ୍ଚ ଥିଲେ ଓ ତାଙ୍କ ଦାଦା ଶ୍ବଶୁର ସୟଦ୍‌ ଅନୱାର୍‌ ଏହି ବ୍ଲକ୍‌ର ପୂର୍ବତନ ଉପାଧ୍ୟକ୍ଷ ଅଟନ୍ତି। ଜଣେ ଉଚ୍ଚ ଶିଖିତା ଗାଁ ବୋହୂ ସରପଞ୍ଚ ପ୍ରାର୍ଥୀ ହୋଇ ଘରଘର ବୁଲି ଭୋଟ ମାଗୁଥିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ଜସ୍ମିନ୍‌ ଓରଫ୍‌ ସୁଇଟ୍‌ ହେଉଛନ୍ତି ମଝିହରା ବେଙ୍ଗବତୀ ବସ୍ତିର ସୟଦ୍‌ ଇମ୍‌ତିଆଜ୍‌ଙ୍କ ପତ୍ନୀ। ୨୦୧୧-୧୨ ଶିକ୍ଷାବର୍ଷରେ ସେ ବି ଟେକ୍‌ ଡିଗ୍ରି ହାସଲ କରିବା ପରେ ଏକ କମ୍ପାନିରେ ୮ ବର୍ଷ କାଳ ଚାକିରୀ କରିଥିଲେ। ମାତ୍ର ଚାକିରିରେ ତାଙ୍କ ମନ ନଥିଲା। ପିଲାଦିନରୁ ମା’ଙ୍କୁ ଦେଖି ଦେଖି ସେ ରାଜନୀତିକୁ ଆସି ଲୋକ ସେବା କରିବେ ବୋଲି ବହୁ ଦିନରୁ ଯୋଜନା କରିଥିଲେ। ବିବାହ ପରେ ସ୍ବାମୀଙ୍କ ଘରେ ବି ରାଜନୀତିର ପରିବେଶ ତାଙ୍କୁ ଅଧିକ ଉତ୍ସାହିତ କରିଥିଲା। ତେଣୁ ଚଳିତ ନିର୍ବାଚନରେ ସେ ପ୍ରାର୍ଥୀ ହେବା ପାଇଁ ମନ ବଳାଇବା ପରେ ସ୍ବାମୀ ଓ ଶାଶୂ ଘର ଲୋକଙ୍କ ସମର୍ଥନ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe