ଶାନ୍ତିସ୍ତୂପରେ ବୁଦ୍ଧ ଜୟନ୍ତୀ

Advertisment
ଶାନ୍ତିସ୍ତୂପରେ ବୁଦ୍ଧ ଜୟନ୍ତୀ

ଧଉଳି: ବୁଦ୍ଧ ପୂର୍ଣ୍ଣିମା ଅବସରରେ ଧଉଳି ଶାନ୍ତିସ୍ତୂପ ପରିସରରେ ଥିବା ସଧର୍ମା ଗୃହ ପରିସରରେ ବୁଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ପୂର୍ବାହ୍ନରେ ସଧର୍ମା ଗୃହରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଦୁଗ୍ଧ ଆଦି ସୁବାସିତ ଜଳରେ ସ୍ନାନ କରାଯାଇଥିଲା। କଳିଙ୍ଗ ନିପନ ବୁଦ୍ଧ ସଂଘର ସଂପାଦକ ଲି କ୍ୟୁ ୟଙ୍ଗଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଡ୍ରମ ବଜାଇ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା।

ଧବଳେଶ୍ବର ବ୍ୟବସାୟୀ ସଂଘ, ଆଞ୍ଚଳିକ ବିକାଶ ପରିଷଦ ଏବଂ ବହୁ ସ୍ଥାନୀୟ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମରେ ସାମିଲ ହୋଇ ସମୂହ ପ୍ରାର୍ଥନା କରିଥିଲେ। ସମବେତ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଂଯୋଜକ ରବି ମହାରଣା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe