new indian express
ଭୁବନେଶ୍ବର: ଜମି ଦେବା ନାଁରେ ୫୦ କୋଟି ଠକେଇ ଅଭିଯୋଗରେ ବିଲଡର ଗିରଫ ହୋଇଥିବାର ଖବର ମିଳିଛି। ବାଙ୍କୁଆଳ ମୌଜାରେ ଜମି ଦେବା ନାଁରେ ୫୦ କୋଟି ଟଙ୍କା ଠକେଇ ଅଭଯୋଗ ହୋଇଛି। ବିଭିନ୍ନ କିସ୍ତିରେ ଲୋକଙ୍କୁ ରାଜଧାନୀରେ ଜମି ଦେବାକୁ କହି ଠକି ଚାଲିଥିଲା ଏହି ଠକ। ଜମି ମାଗିବାରୁ ଫେକ ରେଜିଷ୍ଟେସନ କରାଇଦେଉଥିବା ଅଭିଯୋଗ ବି ହୋଇଥିଲା।
ଏଭଳି ଅଭିଯୋଗ ପରେ, ଖାରବେଳ ନଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସୁଶ୍ରୀ ହୋମ୍ସ ଆଣ୍ଡ ଇନ୍ଫ୍ର ପ୍ରମୋଟର୍ସ ପ୍ରାଇଭେଟ ଲିମିଟେଡର ଏମଡି ଶିବବ୍ରତ ଦାସ ଗିରଫ ହୋଇଛନ୍ତି।
Follow Us