ଜମିଦେବା ନାଁରେ ୪ଲକ୍ଷ ଟଙ୍କା ଠକେଇ, ବିଲ୍ଡର ଗୟାଧର ପୁଣି ଗିରଫ

Advertisment
ବିଲ୍ଡର ଗୟାଧର ନାଁରେ ଆଉ ଏକ ଠକେଇ ଅଭିଯୋଗ: ନକଲି କବଲାରେ ୩.୬୦ଲକ୍ଷ ଚଳୁ

ଭୁବନେଶ୍ବର : ଜମିଦେବା ନାଁରେ ୪ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସହିଦନଗର ଥାନା ପୁଲିସ ଶାରଳା ରିଏଲ୍‌କନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ ଗୟାଧର ଜେନାଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ବହୁ ବର୍ଷତ‌ଳେ ଗୟାଧର ଲକ୍ଷ୍ମୀସାଗର ଥାନା ବୁଦ୍ଧେଶ୍ବରୀ କଲୋନି ଜୟଦୁର୍ଗାନଗର ଅଞ୍ଚଳରେ ବିଲ୍ଡର ସଂସ୍ଥା ଆରମ୍ଭ କରିଥିଲେ। ଲୋକମାନଙ୍କୁ ଶସ୍ତାରେ ଜମିଦେବାର ଲୋଭ ଦେଖାଇ ଲକ୍ଷଲକ୍ଷ ଟଙ୍କା ନେଇଥିଲେ। ୨୦୧୧ ମସିହାରେ ପ୍ଲଟ ଦେବା ପାଇଁ ନିଆଳି ଅଞ୍ଚଳର ରାଜଲକ୍ଷ୍ମୀ ସ୍ବାଇଁଙ୍କ ଠାରୁ ୪ଲକ୍ଷ ଟଙ୍କା ନେଇଥିଲେ। ଇତିମଧ୍ୟରେ ୧୦ ବର୍ଷ ବିତିଯାଇଥି‌ଲେ ବି ତାଙ୍କୁ ନା ଜମି ଦେଇଥିଲେ ନା ଟଙ୍କା ଫେରାଇ ଥିଲେ। ଟଙ୍କା ଫେରାଇବା ପାଇଁ ଆଜିକାଲି କହି ଦିନ ଗଡ଼ାଇଚାଲିଥିଲେ। ଟଙ୍କା ପାଇଁ ରାଜଲକ୍ଷ୍ମୀ ବାରମ୍ବାର ଚାପ ପକାଇବାରୁ ଗୟାଧର ଧମକଚମକ ଦେଇଥିଲେ। ଏନେଇ ରାଜଲକ୍ଷ୍ମୀ ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂର୍ବରୁ ଠକେଇ ଅଭିଯୋଗରେ ଗୟାଧର ୪ଥର ଗିରଫ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe