ଆକ୍ରମଣ କରି ୧୫ ଜଣଙ୍କୁ ଆହତ କରିଥିବା ଷଣ୍ଢ ଶେଷରେ ଲଢ଼େଇ କରି ମଲା...

ଆକ୍ରମଣ କରି ୧୫ ଜଣଙ୍କୁ ଆହତ କରିଥିବା ଷଣ୍ଢ ଶେଷରେ ଲଢ଼େଇ କରି ମଲା...

ବାଲିପାଟଣା: ବାଲିପାଟଣା ବ୍ଲକ ଅନ୍ତର୍ଗତ ନରଦା ଓ ତୁରିନ୍ତିରା ଅଞ୍ଚଳରେ ଷଣ୍ଢ ଆତଙ୍କ। ଆଜି ଭୋର ୫ଟାରେ ନରଦା ବଜାରରେ ଏହି ଷଣ୍ଢଟି ଉତ୍ପାତ କରିଥିଲା। ଯାହାକୁ ସାମ୍ନାରେ ଦେଖିଲା ଗଡ଼େଇ ତଡ଼େଇ ଆକ୍ରମଣ କରିଥିଲା। ଷଣ୍ଢ ଭୟରେ ସକାଳ ୭ଟା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ତାଟି କବାଟ ପଡ଼ି ଯାଇଥିଲା।

publive-image

ଆକ୍ରମଣରେ ପ୍ରାୟ ୧୫ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପରେ ଷଣ୍ଢଟି ଅନ୍ୟ ଏକ ଷଣ୍ଢ ସହ ଲଢ଼େଇ କରି ପ୍ରାଣ ହରାଇଛି। ଆହତମାନଙ୍କ ମଧ୍ୟରୁ ଦାମୋଦର ସେଠୀ (୩୫), ସୁରେନ୍ଦ୍ର ସେଠୀ (୫୦), କେଳୁ ବିଶ୍ୱାଳ (୩୦) ଓ ନରେନ୍ଦ୍ର ବିଶ୍ୱାଳ (୪୫)ଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ମନୋରଞ୍ଜନ ବିଶ୍ୱାଳ, ସ୍ୱପ୍ନାରାଣୀ ବେହେରା (୯) ପ୍ରମୁଖଙ୍କ ସମେତ ପ୍ରାୟ ୫ଜଣ ପଥଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା କରାଯାଇଥିଲା। ତେବେ ଶେଷରେ ମହାବୀର ଛକ ତୁରୁନ୍ତିରା ପଞ୍ଚାୟତ ଅଫିସ ପାଖରେ ଷଣ୍ଢଟି ଅନ୍ୟ ଏକ ଷଣ୍ଢ ସହ ଲଢ଼ି ଗୁରୁତର ଆହତ ହୋଇ ପ୍ରାଣ ହରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe