ବୁର୍ଲା ଯାନ୍ତ୍ରିକ ମହାବିଦ୍ୟାଳୟର ପୁରାତନ ଛାତ୍ର ସମ୍ମେଳନ

Advertisment
ବୁର୍ଲା ଯାନ୍ତ୍ରିକ ମହାବିଦ୍ୟାଳୟର ପୁରାତନ ଛାତ୍ର ସମ୍ମେଳନ

ଭୁବନେଶ୍ବର: ପାତ୍ରପଡ଼ାସ୍ଥିତ ଏ.ଏ କନଭେନସନ୍‌ରେ ବୁର୍ଲା ଯାନ୍ତ୍ରିକ ମହାବିଦ୍ୟାଳୟ (ଭିସୁଟ୍‌) ଭୁବନେଶ୍ବର ଶାଖାର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୦ ଜଣ ଅଧ୍ୟାପକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଲୁମିନି ସଭାପତି ବ୍ରହ୍ମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ବିମଳ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

ସଂପାଦକ ସତ୍ୟଶିବସୁନ୍ଦର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ। ଭିସୁଟ୍‌ କୁଳପତି ଡ. ବଂଶୀଧର ମାଝୀ ଉପସ୍ଥିତ ଥିଲେ। ପୁରାତନ ଛାତ୍ରମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ସାଂସଦ ସୁଜିତ କୁମାର, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୋଗ ସୁରେଶ ଦଳାଇ, ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟର ବିଭୂତି ବିଶ୍ବାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe