ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥଙ୍କୁ ଅପମାନ କରିଥିବା ଅଭିଯୋଗ କରି ଆଜି ବିଜୁ ଜନତା ଦଳ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହାସହ ଦଳ ପକ୍ଷରୁ କୁହାଯାଇଛି ଯେ ଓଡ଼ିଆଙ୍କ ଭାବାବେଗକୁ ଶ୍ରୀ ପାତ୍ର କୁଠାରାଘାତ କରିଛନ୍ତି। ଓଡ଼ିଶାକୁ ପର୍ଯ୍ୟଟକ ଭାବେ ଆସି ସେ ରାଜନୀତି ବନ୍ଦ କରନ୍ତୁ। ଏହାସହ ତୁରନ୍ତ ନିଃସର୍ତ୍ତ କ୍ଷମା ମାଗନ୍ତୁ। ନଚେତ୍ ତାଙ୍କୁ ଓଡ଼ିଶାରେ ପୂରାଇ ଦିଆଯିବ ନାହିଁ ବୋଲି ବିଜୁ ଜନତା ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ସୂଚନା ଅନୁସାରେ ସୋସିଆଲ ମିଡ଼ିଆରେ ଶ୍ରୀ ପାତ୍ରଙ୍କ ସହ କିଛି ବିଜେପି ନେତା ଏକ ବ୍ୟାନର ଧରି ଠିଆ ହୋଇଥିବା ଫଟୋ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ ଶ୍ରୀଜଗନ୍ନାଥଙ୍କ ନାମ ଭୁଲ ଲେଖା ଯାଇଥିଲା। ଏହା ସହ ଶ୍ରୀ ଜଗନ୍ନାଥ ଧାମ, ପୁରୀ ଲେଖା ଯାଇଥିଲା। ଯାହାକୁ ବହୁ ଲୋକ ବିରୋଧ କରିବା ସହ ସମାଲୋଚନା ମଧ୍ୟ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।
ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ
Advertisment
Follow Us