ବସ୍‌ ଚାପାରେ ଡାକ୍ତର ମୃତ

Advertisment
ବସ୍‌ ଚାପାରେ ଡାକ୍ତର ମୃତ

ଚନ୍ଦ୍ରଶେଖରପୁର:ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଓମ୍‌ଫେଡ୍‌ ଛକ ନିକଟରେ ଆଜି ଏକ ବସ୍‌ ଚାପାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ, ବସନ୍ତ ରାଉତ। ଘର କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳରେ। ସେ ଅନୁଗୁଳ ଓ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କାମ କରନ୍ତି। ଚନ୍ଦ୍ରଶେଖରପୁର ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବସ୍‌ ଚାଳକ ଅଭୟ ବେହେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ, ବସନ୍ତ ଆଜି ସକାଳ ପ୍ରାୟ ୯ଟା ବେଳେ କିଟ୍‌ ଛକରୁ ଜୟଦେବ ବିହାରକୁ ଯାଉଥିବା ବସ୍‌ (ଓଡି-୦୨କ୍ୟୁ-୩୧୮୩)ରେ ଆସୁଥିଲେ। ଓମଫେଡ୍‌ ଛକ ନିକଟରେ ଓହ୍ଲାଇବା ସମୟରେ ପଛରୁ ଆସୁଥିବା ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ବସ୍‌ ପଛ ଚକା ତଳେ ପଡ଼ି ଯାଇଥିଲେ। ବସ୍‌ଟି ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ସ୍ଥାନୀୟ ଲୋକ ବସ୍‌କୁ ଅଟକାଇ ଚାଳକଙ୍କୁ ମାଡ଼ ମାରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଚନ୍ଦ୍ରଶେଖରପୁର ଥାନା ପିସିଆର୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe