ପର୍ଯ୍ୟଟକ ବସ୍‌ରେ ନିଆଁ

Advertisment
୭୦ କିମି ପର୍ଯ୍ୟନ୍ତ ଲଟକି ରହିଲା ଶବ

ପୁରୁଣା ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ରବିଟକିଜ୍‌ ଛକଠାରେ ଏକ ପର୍ଯ୍ୟଟକ ବସ୍‌ରେ ନିଆଁ ଲାଗି ଯାଇଥିଲା। ତେବେ ବସ୍‌ଟି ଜଳିବା ପୂର୍ବରୁ ଏଥିରେ ଥିବା ୫୦ରୁ ଊର୍ଧ କଲେଜ୍‌ ଛାତ୍ରଛାତ୍ରୀ ଓହ୍ଲାଇ ଯାଇ ରକ୍ଷା ପାଇ ଯାଇଥିଲେ। ଓମ୍‌ ଶାନ୍ତି ନାମକ ଏକ ବସ୍‌ରେ ଛାତ୍ରଛାତ୍ରୀମାନେ ପୁରୀ ଆଡ଼ୁ ଆସି ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ ସାରି କଟକ ଆଡ଼କୁ ଯାଉଥିଲେ। ତେବେ ରବିଟକିଜ୍‌ ଛକଠାରେ ବସ୍‌ଟିରୁ ହଠାତ୍‌ ଧୂଆଁ ବାହାରିଥିଲା। ବସ୍‌ରେ ଥିବା ବ୍ୟାଟେରିରେ ପାଣି କମିଥିବାରୁ ସଟ୍‌ ସର୍କିଟ ହୋଇ ଏଭଳି ହୋଇଥିଲା। ଧୂଆଁ ବାହାରୁଥିବା ଦେଖି ସେଥିରେ ଥିବା ୫୦ରୁ ଉର୍ଧ ଛାତ୍ରଛାତ୍ରୀ ବସ୍‌ରୁ ଓହ୍ଲାଇ ଦୌଡ଼ିଥିଲେ। ତେବେ ନିଆଁକୁ ପାଣି ପକାଇ ଆୟତ୍ତ କରାଯିବାରୁ ବଡ଼ ଧରଣର ଅଗ୍ନିକାଣ୍ଡରୁ ରକ୍ଷା ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe