କଳାଭୂମିରେ ବସ୍‌ ପାଠାଗାର

Advertisment
କଳାଭୂମିରେ ବସ୍‌ ପାଠାଗାର

ଖଣ୍ଡଗିରି: ଆଜି କଳାଭୂମି ସଂଗ୍ରହାଳୟରେ ଏକ ବସ୍‌ ପାଠାଗାର ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏକ ପୁରୁଣା ଅବ୍ୟବହୃତ ବସ୍‌କୁ ନୂଆ ରଙ୍ଗରେ ରଙ୍ଗିନ୍‌ କରି ପାଠାଗାର ରୂପ‌ ଦିଆଯାଇଛି। ପିଲାମାନଙ୍କ ମନରେ ପାଠାଗାର ପ୍ରତି ଆଗ୍ରହ ବଢ଼ାଇବା ପାଇଁ ହୋଇଥିବା ଏଭଳି ଅଭିନବ ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ହସ୍ତତନ୍ତ, ବସ୍ତ୍ର ଓ ହସ୍ତଶିଳ୍ପ ବିଭାଗ ଓ ସିଡାକ୍ ସହଭାଗିତାରରେ ବକୁଳ ଫାଉଣ୍ଡେସନ ପକ୍ଷରୁ ଏହି ବସ୍‌ ପାଠାଗାର କରାଯାଇଛି। କଳାଭୂମି ପାର୍କିଂ ସ୍ଥଳରେ ରହିଛି ପାଠାଗାର। ଆଜି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ, ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ ସଚିବ ଶୁଭା ଶର୍ମା, ଶିକ୍ଷାବିତ୍ ଡି ପି ପଟ୍ଟନାୟକ, ସିଡାକ୍ ମେମ୍ବର ସେକ୍ରେଟାରି ଶିଶିର କୁମାର ରଥ, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe