କଟକ: ବରମୁଣ୍ଡା ବସଷ୍ଟାଣ୍ଡ୍ ସଫେଇ ଠିକା ଚୁକ୍ତିନାମା ବାତିଲ ସଂପର୍କିତ ମାମଲାରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଭିନୀତ ସରନ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମଞ୍ଜୁ ସର୍ଭିସେସ୍ ଆବେଦନ ଉପରେ ଶୁଣାଣି କରି ଓଏସ୍ଆରଟିସିକୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେବା ସହିତ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଫଳରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସାନି ଟେଣ୍ଡର୍ ଆହ୍ଵାନ କରାଯାଇ ପାରିବ ନାହିଁ। ଆବେଦନକାକରୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ବରମୁଣ୍ଡା ବସଷ୍ଟାଣ୍ଡ ସଫେଇ ପାଇଁ ୨୦୧୬ରେ ମଞ୍ଜୁ ସର୍ଭିସେସ୍ ନାମକ ଏକ ସଂସ୍ଥା ସହ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍ଆର୍ଟିସି) ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଏହି ଚୁକ୍ତିନାମା ୩୬ ମାସ ଅବଧି ପାଇଁ ହୋଇଥିଲା। କିନ୍ତୁ ନିର୍ଦ୍ଧାରିତ ଅବଧି ପୂର୍ବରୁ ଏହି ଚୁକ୍ତିନାମାକୁ ହଠାତ ବାତିଲ କରାଯାଇଥିଲା। ଏ ନେଇ ଆବେଦନକାରୀଙ୍କୁ କୌଣସି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏପରି ପରିସ୍ଥିତିରେ ବେଆଇନ୍ ଭାବେ ଚୁକ୍ତିନାମା ବାତିଲ କରାଯାଇଛି ଦର୍ଶାଇ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us