ବରମୁଣ୍ଡା ବସଷ୍ଟାଣ୍ଡରେ ଉଚ୍ଛେଦ: ଭଙ୍ଗା ହେଲା ୨୯ ଦୋକାନ, ଆଜି ପୁଣି ଉଚ୍ଛେଦ

Advertisment
ବରମୁଣ୍ଡା ବସଷ୍ଟାଣ୍ଡରେ ଉଚ୍ଛେଦ: ଭଙ୍ଗା ହେଲା ୨୯ ଦୋକାନ, ଆଜି ପୁଣି ଉଚ୍ଛେଦ

ଭୁବନେଶ୍ବର: ବରମୁଣ୍ଡାରେ ଅନ୍ତଃରାଜ୍ୟ ବସ୍ ଟର୍ମିନାଲ ନିର୍ମାଣ କାମ ଚାଲିଥିବାରୁ ବସ୍‌ ଯାତାୟାତରେ ସମସ୍ୟା ହେଉଛି। ତେଣୁ ଆଜି ବିଡିଏ ପକ୍ଷରୁ ବରମୁଣ୍ଡା ବସଷ୍ଟାଣ୍ଡର ପ୍ରବେଶ ଓ ପ୍ରସ୍ଥାନ ପଥରେ ଥିବା ଦୋକାନ ଉଚ୍ଛେଦ କରାଯାଇଛି। ଦୋକାନୀମାନଙ୍କ ବିରୋଧ ସତ୍ତ୍ବେ ଉଚ୍ଛେଦ ଟିମ୍ ୨୯ଟି ଦୋକାନ ଭାଙ୍ଗିଛନ୍ତି। ବିଡିଏ ଉଚ୍ଛେଦ ଟିମ୍ ଆଜି ଉଚ୍ଛେଦ କରିବାକୁ ଯିବା ବେଳେ ବ୍ୟବସାୟୀମାନେ ହାଇକୋର୍ଟଙ୍କ ସ୍ଥଗିତାଦେଶ ଥିବା କହିଥିଲେ। ହେଲେ କର୍ତ୍ତୃପକ୍ଷ ଶୁଣି ନଥିଲେ। ପୁଲିସ ଉପସ୍ଥିତିରେ ଦୋକାନଗୁଡ଼ିକୁ ଜେସିବି ଲଗାଇ ଭାଙ୍ଗି ଦେଇଥିଲେ।

ଏଥିରେ ଗୋଟିଏ କ୍ୟାବିନ୍, ୬ଟି ଟିଣ/ପଲିଥିନ୍ ହୋଟେଲ, ୨୨ଟି ଦୋକାନକୁ ଭାଙ୍ଗିଥିଲେ। ଏହି ଉଚ୍ଛେଦ ପରେ ପ୍ରାୟ ୩ ହଜାର ବର୍ଗଫୁଟ୍‌ର ସରକାରୀ ଜମି ଜବରଦଖଲମୁକ୍ତ ହୋ‌ଇଛି। ଆଜି କିଛି ଦୋକାନ ଭଙ୍ଗାଯାଇ ନଥିବା ବେଳେ ମଙ୍ଗଳବାର ଏହା ଭଙ୍ଗାଯିବ ବୋଲି ଜଣାପଡ଼ିଛି। ଏହି ଉଚ୍ଛେଦ ପରେ ବରମୁଣ୍ଡା ଓଭରବ୍ରିଜ୍‌ ନିକଟରେ ବସ୍‌ ପ୍ରବେଶ ଓ ପ୍ରସ୍ଥାନ ପଥ ପ୍ରଶସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe