Vastu device: ବିଶ୍ବାସ ଉପରେ ବଢ଼ୁଛି ବେପାର ଚାହିଦାରେ ବାସ୍ତୁ ଉପକରଣ

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ୱ ରହିଛି। ଶାସ୍ତ୍ରର ନିୟମ ପାଳନ କରାଗଲେ ଘରେ ସକାରାତ୍ମକ ଶକ୍ତିର ପ୍ରବାହ ବୃଦ୍ଧି ପାଏ ବୋଲି  ବିଶ୍ୱାସ ରହିଛି। ବର୍ତ୍ତମାନ ସମୟର ଅଭାବ....

Untitled-8

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ୱ ରହିଛି। ଶାସ୍ତ୍ରର ନିୟମ ପାଳନ କରାଗଲେ ଘରେ ସକାରାତ୍ମକ ଶକ୍ତିର ପ୍ରବାହ ବୃଦ୍ଧି ପାଏ ବୋଲି  ବିଶ୍ୱାସ ରହିଛି। ବର୍ତ୍ତମାନ ସମୟର ଅଭାବ, ଚାକିରି, ଜମି ବିବାଦ, ବ୍ୟବସାୟରେ କ୍ଷତି ତଥା ଅନ୍ୟାନ୍ୟ କାରଣରୁ ପାରିବାରିକ ଅଶାନ୍ତି ବଢ଼ିବାରେ ଲାଗିଛି। ସିନେତାରକା, ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ବିବାଦ ରହୁଛି। ତେଣୁ ଏସବୁ ଦୂର କରିବା ପାଇଁ ବର୍ତ୍ତମାନ ବାସ୍ତୁଶାସ୍ତ୍ର ଉପରେ ଲୋକଙ୍କ ବିଶ୍ୱାସ ବଢ଼ିବଢ଼ି ଚାଲିଛି। ଲୋକମାନେ ଶାସ୍ତ୍ର ଅନୁସାରେ ଗୃହନିର୍ମାଣଠାରୁ ଆରମ୍ଭ କରି ଘରେ ବିଭିନ୍ନ ଉପକରଣ, ଅଳଙ୍କାର, ବୃକ୍ଷ ଆଦି ରଖୁଛନ୍ତି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବହୁ ନୂଆ ନୂଆ ଉପକରଣ ବର୍ତ୍ତମାନ ବଜାରରେ ପ୍ରବେଶ କରୁଛି। ଏଗୁଡ଼ିକ ଘରର ବାସ୍ତୁ ଦୋଷ ଦୂର  କରୁଛି ବୋଲି କେତେକ ଲୋକ ବିଶ୍ବାସ କରୁଛନ୍ତି। ଆଉ ଏହି ବିଶ୍ବାସ ଉପରେ ବ୍ୟବସାୟ ମଧ୍ୟ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ରାଜଧାନୀ ବଜାରର ବେଶି ବିକ୍ରି ହେଉଥିବା ସେହିଭଳି କିଛି ଜିନିଷକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା। 

କୁଦୃଷ୍ଟିରୁ ରକ୍ଷା କରୁଛି ‘ଏଭିଲ୍‌ ଆଇ’ ଓ ‘ମାନେକି ନେକୋ’ 

ଘରେ ଶାନ୍ତି ପ୍ରତିଷ୍ଠା ପାଇଁ ସହରବାସୀ ଗୌତମବୁଦ୍ଧଙ୍କ ମୂର୍ତ୍ତି, ପଞ୍ଚଶୀର ଗଣେଶ, ଗାଈ ଓ  ବିଭିନ୍ନ ପ୍ରାକୃତିକ ଦୃଶ୍ୟର ଵାଲପେପର୍‌ପ୍ରଭୃତି ବ୍ୟବହାର କରୁଛନ୍ତି। ତେବେ କୁ-ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ‘ଏଭିଲ୍‌ଆଇ ଟ୍ରି’ ଷ୍ଟାଚ୍ୟୁ, ବ୍ରେସ୍‌ଲେଟ୍‌, ଲକେଟର ବର୍ତ୍ତମାନ ସ୍ବତନ୍ତ୍ର ଚାହିଦା ରହିଛି। ରାଜଧାନୀର କେତେକ ଲୋକଙ୍କ ଘରେ, କାର୍ଯ୍ୟାଳୟ ବା ଦୋକାନରେ ଏହି ‘ଏଭିଲ୍‌ଆଇ ଟ୍ରି’ ଷ୍ଟାଚ୍ୟୁ ଥିବା ଦେଖିବାକୁ ମିଳୁଛି। ଆକାର ଅନୁସାରେ ୨୬୯ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କା ପର୍ଯ୍ୟନ୍ତ ଅନ୍‌ଲାଇନ୍‌ବା ଅଫ୍‌ଲାଇନ୍‌ରେ ଏହା ଉପଲବ୍ଧ ରହୁଛି। ଏବେ ବଜାରରେ ଏହାର ଚାହିଦା ବଢ଼ିଛି ବୋଲି ଗାନ୍ଧୀ ମାର୍କେଟ୍‌ର ବ୍ୟବସାୟୀ ରକି ବାରିକ କହିଛନ୍ତି। ସେହିପରି ଜାପାନିଜ୍‌ବିଲେଇ ମୂର୍ତ୍ତି ‘ମାନେକି ନେକୋ’ର ମଧ୍ୟ ବେଶ୍‌ ଚାହିଦା ରହିଛି।  ଏହା ବ୍ୟତୀତ ବଇଁଶୀ, ମୟୂର ପୁଚ୍ଛ, ପେନ୍‌ସୁଙ୍ଗ ପ୍ରଜାପତି, ଚାଇନିଜ ଡ୍ରାଗନ ମାଛ, କ୍ରିଷ୍ଟାଲ କଇଁଛ, ଲାଫିଙ୍ଗ୍‌ବୁଦ୍ଧ ଆଦିର ବିକ୍ରି ବଢ଼ୁଛି। 

ତେବେ ଏନେଇ ବାସ୍ତୁବିଦ୍ ମନୋଜ ଲେଙ୍କା କହିଛନ୍ତି, ବାସ୍ତୁଶାସ୍ତ୍ର ନାମରେ ବହୁ କୁତ୍ରିମ ସାମଗ୍ରୀ ବଜାରକୁ ପ୍ରବେଶ କରୁଛି ଯାହାକି ଶୁଭଙ୍କର ନୁହେଁ। ଆମର ପ୍ରାକୃତିକ ଉତ୍ସ, ପୂଜାପଦ୍ଧତିରେ ସବୁ ସମସ୍ୟାର ସମାଧାନ ରହିଛି। ‘ମନି ପ୍ଲାଣ୍ଟ’ ବଦଳରେ ତୁଳସୀ ବୃକ୍ଷ, ଅପରାଜିତା, ସଦାବିହାରୀ ପ୍ରଭୃତି ଗଛ ଲଗାଇବା ଉଚିତ। ସେହିପରି ସୂର୍ଯ୍ୟ ଦେବତାଙ୍କ ପୂଜା କରିବା ସହିତ ସୂର୍ଯ୍ୟ ନମସ୍କାର ଆଦି କଲେ ଶରୀର ସହିତ ମାନସିକ ସ୍ତରରେ ବହୁ ସଫଳତା ମିଳେ। ସେହିପରି କୌଣସି ବାସ୍ତୁଦୋଷ ଅବା ଅନ୍ୟ କାରଣ ପାଇଁ ଅଳଙ୍କାର ପରିଧାନ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ। 

ଚାହିଦାରେ ‘ବୋନ୍‌ସାଇ’ ଓ ‘ମନିପ୍ଲାଣ୍ଟ’

ସକାରାତ୍ମକ ଶକ୍ତି ବୃଦ୍ଧି ପାଇଁ ବାସ୍ତୁଶାସ୍ତ୍ରରେ ବିଭିନ୍ନ ପ୍ରକାର ଗଛର ମହତ୍ତ୍ବ ସମ୍ପର୍କରେ ଉଲ୍ଲେଖ ଅଛି। ଶାସ୍ତ୍ର ଅନୁସାରେ ଶକ୍ତିର ଉତ୍ସ କୁହାଯାଉଥିବା ତୁଳସୀ, ମଲ୍ଲୀ, ଗଙ୍ଗଶିଉଳି, ଫର୍ଣ୍ଣ, ମନିପ୍ଲାଣ୍ଟ, କାକ୍‌ଟସ୍ ଆଦିର ବିକ୍ରି ବଢ଼ୁଛି। ବିଶେଷ କରି ଘରର ମୁଖ୍ୟ ଦ୍ୱାରରେ ଲଗାଇବା ପାଇଁ ବହୁ ଲୋକ ‘ମନିପ୍ଲାଣ୍ଟ’ କିଣି ନେଉଛନ୍ତି। ସେହିପରି କାର୍ଯ୍ୟାଳୟରେ ରଖିବା ପାଇଁ ‘ବୋନ୍‌ସାଇ ପ୍ଲାଣ୍ଟ’ର ଚାହିଦା ବଢ଼ିଛି। ଜନ୍ମଦିନ କିମ୍ବା ବିବାହ ବାର୍ଷିକୀରେ ଏହାକୁ ଉପହାର ଭାବେ ଦେବା ଏବେ ସହରିଆଙ୍କ ଟ୍ରେଣ୍ଡ ପାଲଟିଛି। ଏବେ କୃତ୍ରିମ ବୋନ୍‌ସାଇ ପ୍ଲାଣ୍ଟ୍‌ମଧ୍ୟ ବଜାରରେ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe