୧୧ ଲକ୍ଷ ଠକେଇ, ବ୍ୟବସାୟୀ ଗିରଫ

ଫ୍ଲାଟ୍ ଦେବା ନାଁରେ ଠକେଇ, ମହିଳା ଏଜେଣ୍ଟ ଗିରଫ

ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ଭୁବନେଶ୍ବର : ବ୍ୟବସାୟ ପାଇଁ ଋଣ ନେଇ ପରିଶୋଧ କରୁ ନ ଥିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ବ୍ୟବସାୟୀ ହେଲେ ବାଲିପାଟଣା ଭାକରସାହିର ରାକେଶ କୁମାର ମହାରଣା। ସେ ଏବେ ବଡ଼ଗଡ଼ରେ ରହୁଛନ୍ତି। ପୁଲିସ ସୂଚନା ଅନୁସାରେ ଆର୍‌କେ ଏଣ୍ଟରପ୍ରାଇଜର୍ସ ନାଁରେ ରାକେଶଙ୍କର ଏକ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ସେ ତେଜରାତି ଓ ଗୋଖାଦ୍ୟ ହୋଲ୍‌ସେଲିଂ ବ୍ୟବସାୟ କରନ୍ତି। ତାଙ୍କର ଚିହ୍ନା ପରିଚିତ ମନୋଜ କୁମାର ପାଣିଗ୍ରାହୀଙ୍କଠାରୁ ସେ ବ୍ୟବସାୟ ପାଇଁ ୧୧ ଲକ୍ଷ ଟଙ୍କା ଋଣ ନେଇଥିଲେ। କିନ୍ତୁ ଏହି ଋଣକୁ ସେ ପରିଶୋଧ କରୁନଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଠକେଇ ମାମଲା ରୁଜୁ କରିବା ସହ ରାକେଶଙ୍କୁ ଗିରଫ କରିଥିଲା।

ଫ୍ଲାଟ୍ ଦେବା ନାଁରେ ଠକେଇ, ମହିଳା ଏଜେଣ୍ଟ ଗିରଫ
ଭୁବନେଶ୍ବର : ଫ୍ଲାଟ୍ ଦେବା ନାଁରେ ଠକେଇ ଅଭିଯୋଗରେ ଏକ ବିଲଡର୍‌ ସଂସ୍ଥାର ମହିଳା ଏଜେଣ୍ଟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ସେ ହେଲେ, ରଘୁପତି ଇଷ୍ଟେଟ୍ ଆଣ୍ଡ ହୋଲଡିଂ ପ୍ରାଇଭେଟ୍‌ ଲିମିଟେଡ୍‌ର ଏଜେଣ୍ଟ ଗୀତାଞ୍ଜଳି ଆଚାର୍ଯ୍ୟ। ଇଓଡବ୍ଲୁ ସୂଚନା ଅନୁସାରେ, କଟକ ଭାଣପୁର ଅଞ୍ଚଳରେ ପ୍ରିଷ୍ଟାଇନ୍ ପାର୍କ ନାମରେ ପ୍ରକଳ୍ପ କରି ଫ୍ଲାଟ୍ ଯୋଗାଇବା ପାଇଁ ରଘୁପତି ଇଷ୍ଟେଟ୍ ଦେବଜ୍ୟୋତି ଦତ୍ତ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୨୦୧୧-୧୨ରେ ୨୫ଲକ୍ଷ ୫୦ହଜାର ଟଙ୍କା ନେଇଥିଲା। ଦୀର୍ଘ ୮ ବର୍ଷ ପରେ ମଧ୍ୟ ସଂସ୍ଥା ଫ୍ଲାଟ୍‌ ଦେଇ ନ ଥିଲା କି ଟଙ୍କା ଫେରସ୍ତ କରି ନ ଥିଲା। ଦେବଦତ୍ତ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ଏ ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲୁ ତଦନ୍ତ କରି ପୂର୍ବରୁ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପ୍ରଭାତ କୁମାର ନନ୍ଦକୁ ଗିରଫ କରିଥିଲା। ଗୀତାଞ୍ଜଳି ଅଭିଯୋଗକାରୀଙ୍କଠାରୁ ଟଙ୍କା ଆଦାୟ କରିବା ସହ ରସିଦ୍ ଦେବାର ପ୍ରମାଣ ମିଳିଥିଲା। ଏପରିକି ନିଜ ଆକାଉଣ୍ଟରେ ମଧ୍ୟ ଟଙ୍କା କାରବାରର ପ୍ରମାଣ ପାଇଥିଲା ଇଓଡବ୍ଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe