ଋଣଭାର ସହି ନପାରି ଉଠାଦୋକାନୀଙ୍କ ଆତ୍ମହତ୍ୟା: ବିଏମ୍‌ସିକୁ ଦାୟୀ କରି ବ୍ୟବସାୟୀଙ୍କ ହୋ ହଲ୍ଲା

Advertisment
ବିଶ୍ବସ୍ତରୀୟ ହସ୍ପିଟାଲ ପ୍ରସଙ୍ଗ: ଏମ୍‌ଓୟୁ କଲେ, ସଂସ୍ଥା ଆସିଲାନି

ଭୁବନେଶ୍ବର: ଋଣବୋଝ ସାଙ୍ଗକୁ ବାରମ୍ବାର ଦୋକାନ ଉଚ୍ଛେଦ ଅସହ୍ୟ ହେଲା। ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ଉଠାଦୋକାନୀ। ବେକରେ ଦଉଡ଼ି ଲଗାଇ ଆଜି ବଡ଼ଗଡ଼ ଅଞ୍ଚଳରେ ଭଡ଼ା ଘରେ ରହୁଥିବା ବିହାରର ବ୍ୟବସାୟୀ ସୁବାସ ପଣ୍ଡିତ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସୁବାସଙ୍କ ମୃତ୍ୟୁ ପାଇଁ ଉଠାଦୋକାନୀମାନେ ବିଏମ୍‌ସିକୁ ଦାୟୀ କରିଥିଲେ। ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ ରାସ୍ତାରେ ସେମାନେ ଏକାଠି ହୋଇ ବିଏମ୍‌ସି ବିରୋଧରେ ନାରାବାଜି କରିବା ସହ ହୋ ହଲ୍ଲା କରିଥିଲେ। ଏହାପରେ କିଛି ଉଠାଦୋକାନୀ ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଭେଟିଥିଲେ। ବିଧାୟକ ଶ୍ରୀ ଜେନା ମୃତ ସୁବାସଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସୁବାସ ଦୀର୍ଘ ୧୫ବର୍ଷରୁ ଅଧିକ ସମୟ ହେବ ରାଜଧାନୀରେ ବ୍ୟବସାୟ କରି ଆସୁଥିଲେ। ସେ ବଡ଼ଗଡ଼ ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ। ଆଜି ମଧ୍ୟାହ୍ନ ୧୨ଟା ବେଳେ ଘରେ କେହିନଥିବା ସମୟରେ ସେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ସ୍ତ୍ରୀ ଘରକୁ ଫେରି ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ। ବଡ଼ଗଡ଼ ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଉଠାଦୋକାନୀମାନେ ମୃତଦେହକୁ ପ୍ରଦର୍ଶନୀ ପଡ଼ିଆ ନିକଟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସୁବାସଙ୍କର ସ୍ତ୍ରୀ ଓ ୨ ଝିଅ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe