ଆଜି ହାସ୍ୟ ବ୍ୟଙ୍ଗ କବିତା ଆସର

ଆଜି ହାସ୍ୟ ବ୍ୟଙ୍ଗ କବିତା ଆସର

ଭୁବନେଶ୍ୱର : ଆସନ୍ତାକାଲି (ରବିବାର) ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପୂର୍ବାହ୍‌ଣ ୧୦ଟାରେ ସଂପର୍କ ମିଡିଆ ଆୟୋଜିତ ‘ହାସ୍ୟ ବ୍ୟଙ୍ଗ କବିତା ଆସର’ ଅନୁଷ୍ଠିତ ହେବ। ଏହି ଆସରରେ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ବ୍ୟଙ୍ଗ କବିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଅଧ୍ୟକ୍ଷତାରେ ‘ବ୍ୟଙ୍ଗ ଏକ ସାହିତ୍ୟ କି ନୁହେଁ’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ବିଭିନ୍ନ କ୍ଷେତ୍ରରେ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱମାନଙ୍କୁ ଏହି ଉତ୍ସବରେ ‘କୁଳତିଳକ’ ଉପାଧିରେ ଭୂଷିତ କରାଯିବ।

ସେମାନେ ହେଲେ ଅଭିନ ଚନ୍ଦ୍ର ହୋମିଓପାଥି ମେଡିକାଲ୍‌ କଲେଜର ପୂର୍ବତନ ଅଧ୍ୟକ୍ଷ ଡାକ୍ତର କମଳାକାନ୍ତ କର, ବରିଷ୍ଠ ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ଡାକ୍ତର ନାରାୟଣ ରାଉତ, ପୁଣ୍ୟ ଉତ୍କଳର ପ୍ରତିଷ୍ଠାତା କବି ମନୋରଞ୍ଜନ ମହାପାତ୍ର, ଫୋର୍ଡ କମ୍ପାନିର ଉପସଭାପତି ରଞ୍ଜନ କୁମାର ମହାପାତ୍ର, ଆଇନଜୀବୀ ବିପିନ୍‌ ବିହାରୀ ଜୟସିଂହ, ମଦ ବିରୋଧୀ ଆନ୍ଦୋଳନର ସଂଗଠକ ଭୀମସେନ୍‌ ପାଇକରାୟ, ଇଂ. ଚିତ୍ରଲେଖା ଜେନା, ଶିକ୍ଷୟିତ୍ରୀ ଅଧିକାରୀ ଗୀତା ଦାଶ, ବ୍ୟଙ୍ଗ କବି ବ୍ରଜ ସୁବୁଦ୍ଧି ଓ ଡ. ରମାକାନ୍ତ ମହାପାତ୍ର। ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ନିରଞ୍ଜନ ପଟ୍ଟନାୟକ, ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଓ କବି ନିରାକାର ଦାସ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସଂପର୍କ ମିଡିଆର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe