ଭୁବନେଶ୍ୱର : ବରମୁଣ୍ଡା ହାଉସିଂବୋର୍ଡ କଲୋନିସ୍ଥିତ ଫକୀରମୋହନ ନାଗରିକ ପରିଷଦ ପକ୍ଷରୁ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡା. ଏସ୍. କେ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡ଼ିଆ ସିନେ ତାରକା ଅଜିତ୍ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ୟାସ କବିଙ୍କ ଜୀବନୀ ଓ ସାହିତ୍ୟକୃତି ସଂପର୍କରେ ଆଲୋଚନା କରିଥିଲେ। କିଟ୍ ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସସ୍ମିତା ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟକୁ ଫକୀର ମୋହନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଡ. ପ୍ରକାଶ ଶ୍ରୀଚନ୍ଦନ, ବିବି ନାୟକ, ଏସ୍ଏନ୍ ରାୟ ଏବଂ ଉପସଭାପତି ଡା. ଶାନ୍ତିଲତା ମିଶ୍ର ସଭାରେ ମଧ୍ୟ ଫକୀର ମୋହନଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ପରିଷଦ ତରଫରୁ ବ୍ୟାସ କବି ଫକୀର ମୋହନଙ୍କ ଜୀବନୀ ବିଷୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ସଂପାଦକ ଗଣେଶ ଚନ୍ଦ୍ର ସାମନ୍ତ ଧନ୍ୟବାଦ ଦେଇଥିଲେ।
ବ୍ୟାସକବି ଫକୀର ମୋହନଙ୍କ ଜୟନ୍ତୀ ପାଳିତ
Advertisment
Follow Us