କ୍ୟାବ୍‌ ଓ୍ଵଲଫେୟାର ଆସୋସିଏସନ୍‌ର ବାର୍ଷିକ ଉତ୍ସବ

Advertisment
କ୍ୟାବ୍‌ ଓ୍ଵଲଫେୟାର ଆସୋସିଏସନ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ୱର : କ୍ୟାବ୍‌ ଓ୍ଵଲ୍‌ଫେୟାର ଆସୋସିଏସନ୍‌ ପକ୍ଷରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ବରମୁଣ୍ଡା କାଳୀପୂଜା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର କାର୍ଯ୍ୟକାରୀ ସଭାପତି ରାଜକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଭୁବନେଶ୍ୱରର ଟ୍ରାଫିକ୍‌ ଉପଆୟୁକ୍ତ ଯତୀନ୍‌ ପଣ୍ଡା, ଅଭିନେତ୍ରୀ ବିଦୁସ୍ମିତା ଓ ସଂଗଠନର ସଭାପତି ସିପ୍ରା ହିରା ଯୋଗ ଦେଇଥିଲେ। ବ୍ୟବସାୟରେ କଟକ-ଭୁବନେଶ୍ୱରର ବିଭିିନ୍ନ ଛକମାନଙ୍କରେ ଅଟୋ ଚାଳକଙ୍କ ଦ୍ୱାରା ସୃଷ୍ଟି କରୁଥିବା ବ୍ୟବସାୟିକ ଅସୁବିଧା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ସଂପାଦକ ପ୍ରଦୀପ କୁମାର ମହାନ୍ତି, ଉପଦେଷ୍ଟା ବ୍ରଜନାରାୟଣ ଧଳ, ଗଜେନ୍ଦ୍ର ମହନ୍ତ, କୋଷାଧ୍ୟକ୍ଷ ସଂଗ୍ରାମ ସାହୁ, ସଂପାଦକ ଶୈଳେନ୍ଦ୍ର ଦାସ, ଭରତ କୁମାର ସାହୁ, ସ୍ୱାଧୀନ କୁମାର ପ୍ରଧାନ, ପ୍ରସନ୍ନ ମହାପାତ୍ର, ସୁଭକାନ୍ତ ବିନ୍ଧାଣୀ, ଦୁର୍ଯ୍ୟୋଧନ ମଲ୍ଲିକି, ଦେବାଶିଷ ବଡ଼ଜେନା ଏବଂ ଅନ୍ୟ ସଭ୍ୟବୃନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe