ଚନ୍ଦ୍ରଶେଖରପୁର: ଆଗକୁ ଆସୁଛି ବଡ଼ଦିନ। ଏଥିସହ ନୂଆବର୍ଷ ମଧ୍ୟ ପାଳନ କରାଯିବ। ତାହାକୁ ନଜରରେ ରଖି ଭୁବନେଶ୍ବରର ତାରକା ହୋଟେଲଗୁଡ଼ିକ ପ୍ରସ୍ତୁତ ହେଲେଣି। ଭଳିକି ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡ଼ିଛନ୍ତି। ବଡ଼ଦିନ କିମ୍ବା ନୂଆବର୍ଷରେ ନାଚଗୀତରେ ନିଜକୁ ସୀମିତ ନ ରଖି ତାରକା ହୋଟେଲଗୁଡ଼ିକ ଏବେ କିଛି ନିଆରା କରିବାକୁ ପ୍ରୟାସ କରିଛନ୍ତି। କିଏ କେକ୍ ପ୍ରଦର୍ଶନୀ କରୁଛନ୍ତି ତ ଆଉ କିଏ ଖାଦ୍ୟ ମେଳା ମାଧ୍ୟମରେ ଗ୍ରାହକଙ୍କୁ ଏବେଠାରୁ ନିଜ ଆଡ଼କୁ ଟାଣିବାକୁ ପ୍ରୟାସ କଲେଣି। ବଡ଼ଦିନ ଓ ନୂଆବର୍ଷରେ କେକ୍ର ବେଶ୍ ଚାହିଦା ରହୁଛି। ଆଉ ଏହାକୁ ପ୍ରସ୍ତୁତ କରିବାକୁ ଦେଢ଼ରୁ ଦୁଇ ମାସ ସମୟ ଲାଗୁଥିବାରୁ ଅଧିକାଂଶ ହୋଟେଲ ଏବେଠାରୁ କେକ୍ ମିସିଂ ସେରମନିର ଆୟୋଜନ କରୁଥିବା ଦେଖିବାକୁ ମିଳୁଛି। ହୋଟେଲ ସ୍ବସ୍ତି ପ୍ରିମିୟମ୍ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ କେକ୍ ମିସିଂ ସେରମନି ଆୟୋଜନ କରି ପ୍ରସ୍ତୁତି ଆଗକୁ ବଢ଼ାଇଛି। କେକ୍ ପ୍ରସ୍ତୁତି ପାଇଁ ସମୟ ଲାଗୁଥିବାରୁ ଆଜି ହୋଟେଲ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ହୋଟେଲ ପରିସରରେ ଏକ ବିଶାଳକାୟ ଟେବୁଲ୍ରେ ୧୮ରୁ ୨୦ ପ୍ରକାରର ଡ୍ରାଏଫ୍ରୁଟ୍ ରଖାଯାଇଥିଲା। ଯେଉଁଥିରେ କାଜୁ, ଆଲ୍ମଣ୍ଡ୍, ଖଜୁରି, ରେଜିନ୍, ପିସ୍ତା, ଟୁଟିଫ୍ରୁଟି, ୱାଲ୍ନଟ୍, ଚେରି, ଜିଞ୍ଜର୍ କ୍ୟାଣ୍ଡି, ବ୍ଲକ୍ କରେଣ୍ଟ, ଫିଗ୍ସ, ଉଇଣ୍ଟର ଗୌଡ, ଅରେଞ୍ଜ ପିଲ୍ ପରି ଭଳିକି ଭଳି ଫଳ ରହିଥିଲା। ହୋଟେଲ୍ର ସେଫ୍ ଓ କର୍ମଚାରୀମାନେ ଏଥିରେ ବିଭିନ୍ନ ପ୍ରକାର ଫଳରସ, ଆଲ୍କୋହଲ୍, ଜୁସ୍ ଢାଳିବା ପରେ ଏହାକୁ ଅତ୍ୟନ୍ତ ସ୍ବଚ୍ଛତାର ସହ ମିଶ୍ରଣ କରିଥିଲେ। ଏହାକୁ ଆଜିଠାରୁ ପ୍ରସ୍ତୁତ କରି ‘ରିଜର୍ଭ’ ରଖାଯାଇଛି, ଯାହାକୁ କେକ୍ ପ୍ରସ୍ତୁତି ସମୟରେ ମିଶାଇବା ଦ୍ବାରା ଭିନ୍ନ ଏକ ମନମତାଣିଆ ସ୍ବାଦ ଆଣିବ। ଆସନ୍ତା ଡିସେମ୍ୱରରେ ସ୍ୱସ୍ତି ପକ୍ଷରୁ ବ୍ରାଉନ୍ ଓ କ୍ରିମ୍ ପ୍ଲମ୍ ଆଣ୍ଡ୍ ଡୁଣ୍ଡି କେକ୍ ପ୍ରସ୍ତୁତ ହେବ, ଯାହାକି ସହରର ଅନ୍ୟାନ୍ୟ ସହରଠାରୁ ଭିନ୍ନ ବୋଲି ହୋଟେଲ ଏରିଆ ଉପସଭାପତି ଶୁଭୋ ବିଶ୍ବାସ କହିଛନ୍ତି।
Cake mixing ceremony : ସ୍ବସ୍ତି ପ୍ରିମିୟମ୍ରେ କେକ୍ ମିକ୍ସିଂ େସରମନି
Advertisment
ଆଗକୁ ଆସୁଛି ବଡ଼ଦିନ। ଏଥିସହ ନୂଆବର୍ଷ ମଧ୍ୟ ପାଳନ କରାଯିବ। ତାହାକୁ ନଜରରେ ରଖି ଭୁବନେଶ୍ବରର ତାରକା ହୋଟେଲଗୁଡ଼ିକ ପ୍ରସ୍ତୁତ ହେଲେଣି। ଭଳିକି ଭଳି ଆକର୍ଷଣୀୟ........
Updated On
ଆଗକୁ ଆସୁଛି ବଡ଼ଦିନ। ଏଥିସହ ନୂଆବର୍ଷ ମଧ୍ୟ ପାଳନ କରାଯିବ। ତାହାକୁ ନଜରରେ ରଖି ଭୁବନେଶ୍ବରର ତାରକା ହୋଟେଲଗୁଡ଼ିକ ପ୍ରସ୍ତୁତ ହେଲେଣି। ଭଳିକି ଭଳି ଆକର୍ଷଣୀୟ........
ଅଦ୍ୟତନ ହୋଇଛି
Follow Us