‘ଆମ ଓଡ଼ିଶା’ ସଦସ୍ୟତା ଅଭିଯାନରେ ସାମିଲ ହେବାକୁ ଆହ୍ବାନ: ‘ସମ୍ବାଦ ଭବନ’ରେ ରକ୍ଷାବନ୍ଧନ ଓ ନିଶା ନିବାରଣ ସଂକଳ୍ପ

ଆଜି ଭୁବନେଶ୍ବର ‘ସମ୍ବାଦଭବନ’ରେ ପବିତ୍ର ଗହ୍ମାପୂର୍ଣ୍ଣିମାରେ ରକ୍ଷାବନ୍ଧନ ସହ  ‘ସମ୍ବାଦ’, ‘କନକ ନ୍ୟୁଜ୍’, ‘ରେଡିଓ ଚକୋଲେଟ୍’, ‘ସମ୍ବାଦ ଡିଜିଟାଲ୍‌’ର ସହଯୋଗୀମାନେ ରାଖୀ ବାନ୍ଧି ନିଶା ନିବାରଣର ସମୂହ ସଂକଳ୍ପ ନେଇଛନ୍ତି।

ssffsxcxxcxc

ଭୁବନେଶ୍ୱର: ଆଜି ଭୁବନେଶ୍ବର ‘ସମ୍ବାଦଭବନ’ରେ ପବିତ୍ର ଗହ୍ମାପୂର୍ଣ୍ଣିମାରେ ରକ୍ଷାବନ୍ଧନ ସହ  ‘ସମ୍ବାଦ’, ‘କନକ ନ୍ୟୁଜ୍’, ‘ରେଡିଓ ଚକୋଲେଟ୍’, ‘ସମ୍ବାଦ ଡିଜିଟାଲ୍‌’ର ସହଯୋଗୀମାନେ ରାଖୀ ବାନ୍ଧି ନିଶା ନିବାରଣର ସମୂହ ସଂକଳ୍ପ ନେଇଛନ୍ତି। ‘ଆମ ଓଡ଼ିଶା’ ସଦସ୍ୟତା ଅଭିଯାନରେ ସାମିଲ୍ ହେବା ସହ ଅନ୍ୟମାନେ ବି ସଦସ୍ୟତା ଗ୍ରହଣ କରିବାକୁ ଆହ୍ବାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ ଏହି ପବିତ୍ର ଦିନରେ ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ନିଶା ନିବାରଣର ଯେଉଁ ସଂକଳ୍ପ ନେଇଛନ୍ତି, ସେଥିରେ ସାମିଲ ହୋଇ ନିଶାମୁକ୍ତ ଓଡ଼ିଶା ଗଠନରେ ସହଭାଗୀ ହେବାକୁ ଆହ୍ବାନ ଦେଇଥିଲେ।

ସିଓଓ କମଳାକାନ୍ତ ମହାପାତ୍ର କହିଥିଲେ, ସମ୍ବାଦ ଗ୍ରୁପ୍‌ ପରିବାରରୁ ନିଶା ନିବାରଣ ସଂକଳ୍ପ ଆରମ୍ଭ ହେଲେ ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ ନିଶ୍ଚିତ ହାସଲ ହୋଇପାରିବ। ମାନବ ସମ୍ବଳ ମହାପ୍ରବନ୍ଧକ ବୈଜୟନ୍ତୀ କର କହିଥିଲେ, ‘ଆମ ଓଡ଼ିଶା’ ଜନ୍ମ ନେବାର ୨୯ ବର୍ଷ ଭିତରେ ଭାଷାଜ୍ଞାନ, ରକ୍ତଦାନ ଭଳି ଅନେକ ମହତ କାମ କରି ଆସିଛି। ଏହାର ସ୍ରଷ୍ଟା ଶ୍ରୀ ପଟ୍ଟନାୟକ ‘ଆମ ଓଡ଼ିଶା’କୁ ଏକ ବିଶାଳ ସଂଗଠନରେ ପରିଣତ କରିବାକୁ ଚାହୁଛନ୍ତି। ସଦସ୍ୟତା ଗ୍ରହଣ କରି ‘ଆମ ଓଡ଼ିଶା’ର ଏହି ବିଶାଳ ସଂଗଠନରେ ସାମିଲ ହେବାକୁ ସେ ଆହ୍ବାନ ଦେଇଥିଲେ। ‘ସମ୍ବାଦ ସାହିତ୍ୟଘର’ ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା କହିଥିଲେ,  ଆଜି ସାରାରାଜ୍ୟରେ  ରକ୍ଷାବନ୍ଧନ ଓ ନିଶା ନିବାରଣ ଅଭିଯାନ ଦ୍ବିତୀୟ ବର୍ଷ ପାଇଁ ପାଳିତ ହୋଇଛି। ଚଳିତବର୍ଷ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ନିଶା ନିବାରଣ ସଂକଳ୍ପ ସହ ‘ଆମ ଓଡ଼ିଶା’ର ସଦସ୍ୟତା ଅଭିଯାନ ଆରମ୍ଭ କରିଛନ୍ତି। ନାମ ପଞ୍ଜୀକରଣ ପାଇଁ ଅନ୍‌ଲାଇନ୍‌ ସ୍ବତନ୍ତ୍ର ଲିଙ୍କ୍‌ (https://aamaodisha.org.in) ବି ଜାରି ହୋଇଛି। ସବୁ ବର୍ଗର ଲୋକଙ୍କୁ ଯୋଡ଼ିବା ଏହି ସଦସ୍ୟତା ଅଭିଯାନର ମୂଳ ଲକ୍ଷ୍ୟ ବୋଲି ଶ୍ରୀମତୀ ଲେଙ୍କା କହିଛନ୍ତି।  ‘ସମ୍ବାଦ’ ଡେପୁଟି ଏଡିଟର ଧୃତିକାମ ମହାନ୍ତି ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe