ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ସଂକଳ୍ପ ଅଭିଯାନ: ‘ଓଡ଼ିଶାରେ ଚରମ ସୀମାରେ ଦୁର୍ନୀତି’

Advertisment
ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ସଂକଳ୍ପ ଅଭିଯାନ: ‘ଓଡ଼ିଶାରେ ଚରମ ସୀମାରେ ଦୁର୍ନୀତି’

Mangalore Today

ଭୁବନେଶ୍ୱର: ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାହି ଦେଇ ସଚିବଙ୍କୁ ପ୍ରୋଜେକ୍ଟ କରାଯାଉଛି। ସାଧାରଣ ଲୋକ ତ ଦୂରର କଥା, ବିଧାୟକ-ମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁନାହାନ୍ତି। ସଚିବଙ୍କ ଇଙ୍ଗିତରେ ସରକାରୀ କଳ ଉଠବସ୍‌ ହେଉଥିବା ବେଳେ ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଛି। ବିଧାୟକମାନଙ୍କ ପାଣ୍ଠି ବିନିଯୋଗ ପାଇଁ ମଧ୍ୟ ୨୫ରୁ ୩୦% ଅର୍ଥ ପିସି କାରବାର ହେଉଛି। ରାଜ୍ୟର ଖଣିଜ ଦ୍ରବ୍ୟ ଚୋରି ହେଉଛି। ୨ ଶହ ମିଟରରେ ଗୋଟେ ଗୋଟେ ମଦ ଦୋକାନ ଖୋଲୁଛି। ଅଧିକାଂଶ ଲୋକେ ଟଙ୍କିକିଆ ଚାଉଳ ୨୦ ଟଙ୍କାରେ ବିକି ସରକାରୀ ମଦ ଦୋକାନରୁ ମଦ କିଣୁଛନ୍ତି। ରାଜ୍ୟରେ ବେରୋଜଗାରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବାହାର ରାଜ୍ୟର ଲୋକଙ୍କୁ ଠିକା କାମ ଦିଆଯାଉଛି। ଏସବୁ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ। ବେଳ ଥାଉ ଥାଉ ବୁଦ୍ଧିଜୀବୀ ଓ ସାଧାରଣ ଜନତା ପ୍ରତିକ୍ରିୟା ପ୍ରକାଶ କରନ୍ତୁ। ଏକାଠି ହୋଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରି ଓଡ଼ିଶା ବିକାଶ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ। ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ଉଦ୍ଦେଶ୍ୟରେ ‘ମିସନ୍‌ ଓଡ଼ିଶା @ ୨୦୩୬’ ପକ୍ଷରୁ ଜୟଦେବ ଭବନଠାରେ ‘ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ’ ଶୀର୍ଷକ ଆଲୋଚନାରେ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ।

ଆବାହକ ବାସୁଦେବ ଭଟ୍ଟଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ନିର୍ବାଚନ କମିସନଙ୍କ ପୂର୍ବତନ ଉପଦେଷ୍ଟା ଭଗବାନ ପ୍ରକାଶ କହିଲେ, ନୀତି ବ୍ୟତିକ୍ରମ ହୋଇ ଦୁର୍ନୀତି ଛିଡ଼ା ହୋଇଛି। ଏ ଦିଗରେ ଜନସାଧାରଣ ସଚେତନ ହେଲେ ଦୁର୍ନୀତି ଆପେଆପେ ଦୂର ହୋଇଯିବ। ନିଶା ନିବାରଣ ଅଭିଯାନର ସଭାପତି ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ ଦୁର୍ନୀତି ଓ ଭ୍ରଷ୍ଟାଚାର ରୋକିବା ପାଇଁ ନିଶାମୁକ୍ତ ସମାଜ ଗଠନ ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି କହିଥିଲେ। ସାମ୍ବାଦିକ ରବି ଦାସ କହିଲେ, ରାଜନୈତିକ ଦଳମାନଙ୍କ ପାଣ୍ଠିରେ ଦୁର୍ନୀତିର ସିଂହ ଭାଗ ରହିଛି। ଦୁର୍ନୀତି, ଭ୍ରଷ୍ଟାଚାର ରୋକିବାକୁ ହେଲେ ଆଜିର ଦୁର୍ନୀତିଗ୍ରସ୍ତ ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥା‌‌‌‌ରେ ବ୍ୟାପକ ସୁଧାର ଆଣିବାକୁ ପଡ଼ିବ।

ଏହି ଅବସରରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଆଇନଜୀବୀ ବିରଜା ମହାପାତ୍ର, ପ୍ରୋଗ୍ରେସିଭ୍‌ ଓମେନ୍‌ର ମମତା ସାମନ୍ତରାୟ, ସଚିନ ମହାପାତ୍ର, ଅଶୋକ ଜେନା, ନିରଦ ଖୁଣ୍ଟିଆ, ରଘୁନାଥ ମଣ୍ଡଳ, ଷ୍ଟାଲିନ ମିଶ୍ର, ଲକ୍ଷ୍ମୀ ନାରାୟଣ କାନୁନ୍‌ଗୋ, ପୁଣ୍ୟାଶ୍ଳୋକ ମହାନ୍ତି, ଲଳିତ ଶତପଥୀ, ବିନ୍ଦୁଶ୍ରୀ ଖଣ୍ଡାୟତରାୟ, ବିଜୟ ପ୍ରଧାନ, ମମତା ବେହେରା, କଳ୍ପତରୁ ସେନାପତି, ସଚିନ ମହାପାତ୍ର, ନିରୁପମା ରଥ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ଓଡ଼ିଶା ବିକାଶ କ୍ଷେତ୍ରରେ ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ଜୋରଦାର ସଂଗ୍ରାମ କରିବାକୁ ଆହ୍ବାନ ଦେଇଥିଲେ। ମନୋଜ ଜେନା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ। ପ୍ରସନ୍ନ ବିଷୋୟୀ ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe