ପ୍ରଧାନମନ୍ତ୍ରୀଙ୍କ ୯ ବର୍ଷ ପୂର୍ତ୍ତି : ବିଜେପିର ଜନସମ୍ପର୍କ ପଦଯାତ୍ରା

Advertisment
ପ୍ରଧାନମନ୍ତ୍ରୀଙ୍କ ୯ ବର୍ଷ ପୂର୍ତ୍ତି : ବିଜେପିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ନୂଆପଲ୍ଲୀ ମଣ୍ଡଳରେ ବିଜେପିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ନୂଆପଲ୍ଲୀ ମଣ୍ଡଳରେ ଥିବା ବିଏମ୍‌ସିର ୨୮, ୩୬, ୩୭, ୩୮ ଓ ୩୯ ୱାର୍ଡରେ ଏହି ପଦଯାତ୍ରା ହୋଇଥିଲା।

ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ୯ବର୍ଷ କାର୍ଯ୍ୟକାଳର ବିଭିନ୍ନ ସଫଳତା ଯଥା ପିଏମ୍‌ଏୱାଇ, ଉଜ୍ଜ୍ୱଳା, ସ୍ୱଚ୍ଛ ନିର୍ମଳ ଜଳ, ବେଟି ବଚାଓ, ବେଟି ପଢ଼ାଓ, ସ୍ୱଚ୍ଛ ଭାରତ ଅଭିଯାନ ପ୍ରଭୃତି ବିଷୟରେ ସାଧାରଣ ନାଗରିକଙ୍କୁ ଅବଗତ କରାଇବା ସହ ଏଥିରୁ କିଭଳି ଜନସାଧାରଣ ସୁବିଧା ପାଇପାରିବେ, ସେନେଇ ସଚେତନ କରାଯାଇଥିଲା।

ନୟାପଲ୍ଲୀ ମଣ୍ଡଳ ସଭାପତି ଜଗନ୍ନାଥ ବେହେରା, ବିବେକାନନ୍ଦ ବାରିକ, କୃଷ୍ଣଚନ୍ଦ୍ର ପୃଷ୍ଟି, ଅମ୍ଳେଶ ଦାଶ, ଆନନ୍ଦ ପାତ୍ର, ରଞ୍ଜନ ମହନ୍ତ, ସେକ୍‌ ଅବଦୁଲ୍‌ କାଲାମ ଆଜାଦ୍‌, ଗୋଲକ ଜେନା, ଗୌତମ ବେହେରା, ମିନତି ବାରିକ, ବେଣୁ ଜଗଦ୍ଦେବ, ସୁଶାନ୍ତ ଦାଶ, ବିଷ୍ଣୁ ଚରଣ ଦାଶ, ନିରଞ୍ଜନ ବାରିକ, ରଶ୍ମୀରଞ୍ଜନ ମୁଦୁଲି, ଅସିତ ମହାନ୍ତି, ନିୟତି ଗିରି, ସଂଗ୍ରାମ ଜେନା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe