ରାସ୍ତାରେ ଦୟାୱେଷ୍ଟ କେନାଲର ଦୁର୍ଗନ୍ଧ ପାଣି

Advertisment
ରାସ୍ତାରେ ଦୟାୱେଷ୍ଟ କେନାଲର ଦୁର୍ଗନ୍ଧ ପାଣି

ପୁରୁଣା ଭୁବନେଶ୍ୱର: ଦୟାୱେଷ୍ଟ କେନାଲର ଦୁର୍ଗନ୍ଧ ପାଣି ସ୍ଥାନୀୟ ଅଞ୍ଚଳର ରାସ୍ତାରେ ବହୁଥିବାରୁ ଲୋକମାନେ ସମସ୍ୟାରେ ପଡ଼ିଛନ୍ତି। ରାସ୍ତା ମଝିରେ ଥିବା ଏକ ସାଇଫନ୍‌ରୁ ଏହି ଦୁର୍ଗନ୍ଧ ପାଣି ବାହାରି ଯେତିକି ରାସ୍ତାରେ ବହୁଛି ସେତିକି ଲୋକଙ୍କ ଘରେ ପଶୁଛି ବୋଲି ଅଭିଯୋଗ ହେଉଛି। ଆଶୁ ପ୍ରତିକାର ପାଇଁ ସ୍ଥାନୀୟ ଲୋକ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ ଦୟାୱେଷ୍ଟ୍ କେନାଲରେ ଏବେ ରାଜଧାନୀର ଡ୍ରେନ୍‌ ପାଣି ବହୁଛି। ଦୁର୍ବଳ ବନ୍ଧ ପାଇଁ ଗ୍ୟାରେଜ୍‌ ଛକଠାରୁ ବଶିଷ୍ଠ ନଗର ପର୍ଯ୍ୟନ୍ତ ଏହି ପଚା ପାଣି ଝରି ଝରି ରାସ୍ତାରେ ଭାସୁଛି। ସବୁଠାରୁ ବଡ଼ ସମସ୍ୟା ହୋଇଛି ମନ୍ଦିର ରାସ୍ତାର ବଶିଷ୍ଠ ନଗର ଛକଠାରେ ଥିବା ସାଇଫନ୍‌। ଉକ୍ତ ସାଇଫନ୍‌ରୁ ଅଧିକ ପରିମାଣ‌ରେ ପାଣି ବାହାରି ରାସ୍ତାକୁ ଆସୁଛି। ପଚା ପାଣିର ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ବଶିଷ୍ଠ ନଗର ଛକ ନିକଟରେ ଥିବା ପ୍ରାୟ ୨୦ ବାସିନ୍ଦାଙ୍କ ଘର ଅଗଣାରେ ଏହି ଦୁର୍ଗନ୍ଧ ପାଣି ପଶୁଛି। ଏଥିରେ ବିଭିନ୍ନ ସରୀସୃପ ମଧ୍ୟ ଘର ଭିତରକୁ ପଶି ଯାଉଥିବା ଅଭିଯୋଗ ହେଉଛି। ଦୀର୍ଘ ସପ୍ତାହ ହେଲା ଏହି ସମସ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ସାଇଫନ୍‌ରେ ଜଳ ନିସ୍କାସନ ପାଇଁ ସୃଷ୍ଟି ହୋଇଥିବା ବୈଷୟିକ ତ୍ରୁଟି ମରାମତି କରାଯାଉନଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ଏନେଇ ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆର୍କଷଣ କରିଛନ୍ତି। ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ‌ଦେବବ୍ରତ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe