ଲକ୍‌ଡାଉନ୍‌ରେ କର୍କଟ ସେବା: କ୍ୟାପିଟାଲ ହସ୍ପିଟାଲରେ ସେବା ପାଇଛନ୍ତି ୩୫୬୮ ରୋଗୀ

Advertisment

୧୭୬୧ଙ୍କୁ ଦିଆଯାଇଛି କେମୋ, ୮୪୫ଙ୍କୁ ପେନ୍ ମ୍ୟାନେଜମେଣ୍ଟ୍

୧୭୬୧ଙ୍କୁ ଦିଆଯାଇଛି କେମୋ, ୮୪୫ଙ୍କୁ ପେନ୍ ମ୍ୟାନେଜମେଣ୍ଟ୍

୮ବର୍ଷ ପରେ ବାସ୍ତବ ରୂପ ନେବ, କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍‌

Kalinga TV

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନେ ଉନ୍ନତମାନର କର୍କଟ ରୋଗୀ ସେବା ପାଇଛନ୍ତି। ମାର୍ଚ ମାସ ଶେଷ ସପ୍ତାହରୁ ଚଳିତମାସ ୨୭ତାରିଖ ପର୍ଯ୍ୟନ୍ତ ୩୫୬୮ଜଣ ରୋଗୀ ହସ୍ପିଟାଲର ଡେ’ କେୟାର କେନ୍ଦ୍ର‌ର ସୁବିଧା ପାଇଛନ୍ତି। ତହିଁରୁ ୧୭୬୧ଜଣଙ୍କୁ କେମୋ ଦିଆଯାଇ ଥିବା ବେଳେ ୮୪୫ଜଣଙ୍କୁ ପେଲିଆଟିକ୍ କେୟାର/ପେନ୍ ମ୍ୟାନେଜମେଣ୍ଟ ଦିଆଯାଇଥିବା ସୂଚନା ମିଳିଛି। ତେବେ ହସ୍ପିଟାଲରେ ରେଡିଏସନ୍ ଥେରାପି ଦିଆଯାଉ ନ ଥିବାରୁ ରୋଗୀମାନଙ୍କୁ ଘରୋଇ ହସ୍ପିଟାଲରେ ନିର୍ଭର କରିବାକୁ ପଡ଼ିଥିବା ଜଣାପଡ଼ିଛି।

ଏମ୍‌ସ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବହୁ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଦୁଇ ହସ୍ପିଟାଲର ଓପିଡିକୁ ବନ୍ଦ କରି ଦିଆଯାଇଥିଲା। ଏସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ରୋଗୀମାନଙ୍କ ସୁଅ ଛୁଟିଥିଲା କ୍ୟାପିଟାଲ ହସ୍ପିଟାଲକୁ। ରାଜ୍ୟର ବିଭିନ୍ନ ସ୍ଥାନରୁ ରୋଗୀମାନେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ଏହାସହ ଭୁବନେଶ୍ବରର ଯେଉଁ ରୋଗୀମାନେ ରାଜ୍ୟ ବାହାରର ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନରେ ନିଜର ଚିକିତ୍ସା କରୁଥିଲେ ସେମାନେ ମଧ୍ୟ ଲକ୍‌ଡାଉନ୍‌/ସଟ୍‌ଡାଉନ୍ ପାଇଁ ବାହାରକୁ ଯାଇ ପାରି ନଥିଲେ। ତେଣୁ ବାଧ୍ୟ ହୋଇ ଏହି ରୋଗୀମାନେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ଫଳରେ ହସ୍ପିଟାଲର ଡେ’ କେୟାର ସେଣ୍ଟରରେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲା।

ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲକ୍‌ଡାଉନ୍ ପୂର୍ବରୁ ପ୍ରତ୍ୟେକ ଦିନ ୧୨୦/୧୪୦ ପର୍ଯ୍ୟନ୍ତ ରୋଗୀ ଆସୁଥିଲେ। ତେବେ ଲକ୍‌ଡାଉନ୍ ସମୟରେ ରୋଗୀମାନଙ୍କ ସଂଖ୍ୟା ହଠାତ୍ କମି ଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ଓ ଭୟରେ ରୋଗୀମାନେ କ୍ୟାପିଟାଲ ହସ୍ପିଟାଲକୁ ଆସିବାକୁ ପସନ୍ଦ କରୁ ନଥିଲେ। ଏବେ ଦୈନିକ ୭୦/୮୦ଜଣ ରୋଗୀ ଚିକିତ୍ସା ପାଇଁ ଆସୁଥିବା ଜଣାପଡ଼ିଛି। ହସ୍ପିଟାଲର ଡେ କେୟାର କେନ୍ଦ୍ରରେ ଡା. ନିହାର ରଂଜନ ସାମଲ କନସଲଟାଣ୍ଟ ଭାବେ ନିଯୁକ୍ତ ହୋଇଥିବା ବେଳେ ଡା. ପ୍ରଶାନ୍ତ ପରିଡ଼ା ମେଡିକାଲ ଅଙ୍କଲୋଜିଷ୍ଟ, ଡା. ରବୀନ୍ଦ୍ର ନାୟକ ସ୍ତ୍ରୀ ଓ ପ୍ରସୂତି ଅଙ୍କଲୋଜି ଓ ଡା. ଚିନ୍ମୟ ମହାପାତ୍ର ସର୍ଜିକାଲ ଅଙ୍କୋଲୋଜି ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe