ଅଞ୍ଜଳି ଦେହୁରୀ ହତ୍ୟା ଘଟଣା : ୩ ଦଫା ଦାବିରେ ମହମବତି ଶୋଭାଯାତ୍ରା

Advertisment
ଅଞ୍ଜଳି ଦେହୁରୀ ହତ୍ୟା ଘଟଣା : ୩ ଦଫା ଦାବିରେ ମହମବତି ଶୋଭାଯାତ୍ରା

ଭୁବନେଶ୍ୱର : ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀ ହତ୍ୟା ଘଟଣାରେ ତିନି ଦଫା ଦାବିରେ ଆଜି ଓଡ଼ିଶା ଶିକ୍ଷା ସହାୟକ ସଂଘ ଓ ଓଡ଼ିଶା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଏକ ମହମବତି ଶୋଭାଯାତ୍ରା ଲୋୟର ପିଏମ୍‌ଜିଠାରେ ଅନୁଷ୍ଠିତ ହୋଇଯାଇଛି। ଦାବିଗୁଡ଼ିକ ମଧ୍ୟରେ ଅଞ୍ଜଳିଙ୍କ ହତ୍ୟାକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ, ତାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ଏବଂ ପରିବାର ଜଣେ ସଦସ୍ୟଙ୍କୁ ଚାକିରି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

ଶିକ୍ଷା ସହାୟକ ସଂଘର ସଭାପତି ମଳୟ ଜେନା ଓ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଯୁଧିଷ୍ଠିର ସହୁଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଧାରଣାସ୍ଥଳରୁ ମହମବତି ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଦାବିକୁ ନେଇ ନାରାବାଜି କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe