ଷ୍ଟେସନରୁ ପୁଣି ଗଞ୍ଜେଇ ଜବତ, ୨ ମହିଳା ଗିରଫ

ଗଞ୍ଜେଇ ଜଵତ ଘଟଣାରେ ଡ୍ରାଇଭର ଗିରଫ

New Indian Express

ଭୁବନେଶ୍ବର: ଭୁବନେଶ୍ବର ରେଳ ଷ୍ଟେସନରୁ ପୁଣି ଜବତ ହୋଇଛି ଗଞ୍ଜେଇ। ଭୁବନେଶ୍ବରରୁ ଦିଲ୍ଲୀ ଚାଲାଣ ହେଉଥିବା ବେଳେ ୨୬କେଜି ଗଞ୍ଜେଇ ଜବତ କରିଛି ଆରପିଏଫ୍‌। ଏଥିରେ ସମ୍ପୃକ୍ତ ଦୁଇଜଣ ମହିଳାଙ୍କୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ, ମଧ୍ୟପ୍ରଦେଶର ଅନିତା ଦେବୀ ଓ ବିହାରର କମଲା ଦେବୀ। ଜବତ ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍‌ କହିଛି। ଆର୍‌ପିଏଫ୍‌ର ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ଦୁଇ ମହିଳା ୩ଟି ଟ୍ରାଭେଲ ବ୍ୟାଗ୍‌ରେ ଗଞ୍ଜେଇ ନେଇ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ପହଞ୍ଚିଥିଲେ। ଲଗେଜ ସ୍କାନର୍‌ ଚେକିଂରୁ ବର୍ତ୍ତି ସିଧାସଳଖ ଏମାନେ ୧ ନମ୍ବର ପ୍ଲାଟ୍‌ଫର୍ମକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏଣୁ ସେଠାରେ କାର୍ଯ୍ୟରତ ଆରପିଏଫ୍‌ ପୁଲିସର ସନ୍ଦେହ ହୋଇଥିଲା। ସେମାନେ ବ୍ୟାଗ୍‌ ସ୍କାନ୍‌ କରିବା ବେଳେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହି ଦୁଇଜଣ ପୁରୀରୁ ନୂଆଦିଲ୍ଲୀ ଯାଉଥିବା ନୀଳାଚଳ ଏକ୍ସପ୍ରେସ୍‌ରେ ଯିବାକୁ ଟିକେଟ୍‌ କରିଥିଲେ। ଏମାନେ ମାଲକାନଗିରିରୁ ଗଞ୍ଜେଇ ଆଣି ନୂଆଦିଲ୍ଲୀରେ ବେପାର କରିବାକୁ ଯୋଜନା କରିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ୪ ତାରିଖରେ ବ୍ୟାଗ୍ ସ୍କାନିଂ ବେଳେ ୪୧କେଜି ଗଞ୍ଜେଇ ଜବତ ହୋଇଥିଲା। ଦୁଇଜଣ ମହିଳାଙ୍କ ସମେତ ୩ଜଣଙ୍କୁ ଆରପିଏଫ୍‌ ଗିରଫ କରିଥିଲା। ଏମାନେ କନ୍ଧମାଳରୁ ଗଞ୍ଜେଇ ନେଇ ଦିଲ୍ଲୀ ଯାଉଥିଲେ। ସେମାନେ ମଧ୍ୟ ଏହି ବ୍ୟାଗେଜ୍‌ ସ୍କାନରରେ ଧରାପଡ଼ିଥିଲେ। ଅର୍ଥାତ୍‌ ଏମାନେ ବାଟରେ ଧରାପଡ଼ୁ ନାହାନ୍ତି ବରଂ ଏଠାରେ ଚେକିଂ ବେଳେ ଧରା ପଡ଼ୁଛନ୍ତି। ଚେକିଂ ହୋଇ ନଥିଲେ ଏମାନେ ଖସି ଯିବା ସମ୍ଭାବନା ଥିଲା। ସେଥିପାଇଁ ଆରପିଏଫ୍‌ ଏହି ବ୍ୟାଗେଜ୍‌ ସ୍କାନିଂକୁ ଜୋରଦାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe