ଲୁଗା ବେପାରୀ ବେଶରେ ଗଞ୍ଜେଇ ବେପାର: ୨୧ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

Advertisment
ଲୁଗା ବେପାରୀ ବେଶରେ ଗଞ୍ଜେଇ ବେପାର: ୨୧ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ଭୁବନେଶ୍ବର: ନିଶା ବେପାରୀଙ୍କ ଉପରେ ଚାରିଆଡ଼ୁ ଆକ୍ରମଣ ଯୋଗୁଁ ସେମାନେ ନୂଆ ନୂଆ ତରିକା ଆପଣାଉଛନ୍ତି। ଲୁଗା ବେପାରୀ ବେଶରେ ଗଞ୍ଜେଇ ଚାଲାଣ କରୁଥିବା ବେ‌ଳେ ଆଜି ଦୁଇ ବିହାରୀ ବେପାରୀଙ୍କୁ ଖଣ୍ଡଗିରି ଥାନା ପୁଲିସ ଧରିଛି। ସେମାନଙ୍କ ଠାରୁ ୨୧ କେଜି ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତଦ୍ବୟ ହେଉଛନ୍ତି ବିହାର ସମସ୍ତିପୁରର ବୀରେନ୍ଦ୍ର ପ୍ରସାଦ ସିଂ ଓ ବେଗୁସରାଇର ରାଧେଶ୍ୟାମ ଝା। ଜବତ ଗଞ୍ଜେଇର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରୁଛି।

ବରମୁଣ୍ଡା ବସଷ୍ଟାଣ୍ଡରେ ଲୁଗା ପ୍ୟାକ୍‌ ହେବା ଭଳି ବସ୍ତା ଧରି ଦୁଇଜଣ ଅଭିଯୁକ୍ତ ଛିଡ଼ା ହୋଇଥିଲେ। ବସ୍ତାକୁ ଅଟୋରେ ଲୋଡ୍‌କଲା ବେଳେ ଏହା ଲୁଗା ନୁହେଁ ବୋଲି ଜଣାପଡ଼ିଥିଲା। ସନ୍ଦେହ ହେବାରୁ କେହି ଜଣେ ପୁଲିସକୁ ଫୋନ୍‌ କରିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ତା ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣା ପଡ଼ିଥିଲା। ସେମାନେ ମାଲକାନଗିରିରୁ ମାଲ୍‌ ଆଣି ବିହାର ନେଉଥିଲେ। ବସ୍‌ରେ ଏହାକୁ ନେବାକୁ ଯୋଜନା ହୋଇଥିଲା। ହେଲେ ଲୋଡ୍‌ ବେଳେ ଏହା ଧରାପଡ଼ିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe