୪୦ ସାହିତ୍ୟିକଙ୍କୁ ରାଜଧାନୀ ପୁସ୍ତକମେଳା ପୁରସ୍କାର: ‘ଲେଖକଟିଏ ମସ୍ତିଷ୍କରେ ଗର୍ଭଧାରଣ କରେ’

Advertisment
୪୦ ସାହିତ୍ୟିକଙ୍କୁ ରାଜଧାନୀ ପୁସ୍ତକମେଳା ପୁରସ୍କାର: ‘ଲେଖକଟିଏ ମସ୍ତିଷ୍କରେ ଗର୍ଭଧାରଣ କରେ’

‌ଭୁବନେଶ୍ୱର: ଯିଏ ସୃଷ୍ଟି କରିବାର କ୍ଷମତା ରଖେ, ତା’ଠାରୁ ବଡ଼ ଜଗତରେ କେହି ନାହିଁ। ମା’ଟିଏ ସନ୍ତାନ ଜନ୍ମ ଦେବା ପାଇଁ ଯେମିତି ଗର୍ଭଧାରଣ କରେ, ଲେଖକ ଓ ଚିନ୍ତାନାୟକମାନେ ପୁସ୍ତକଟିଏ ଜନ୍ମ‌ ଦେବା ପାଇଁ ସେମିତି ନିଜ ମସ୍ତିଷ୍କରେ ଗର୍ଭଧାରଣ କରନ୍ତି। ଯେଉଁ ପୁସ୍ତକ କିମ୍ବା ଯେଉଁ ସୃଜନତାକୁ ସେମାନେ ସୃଷ୍ଟି କରନ୍ତି, ତାହା ତାଙ୍କ ପାଇଁ ସର୍ବଦା ଶ୍ରେଷ୍ଠ ଓ ସୁନ୍ଦର। ହେଲେ ତା’ର ଏ ସୃଷ୍ଟିକୁ କେହି ପିଠି ଥାପୁଡ଼େଇ ଦିଅନ୍ତି ନାହିଁ। ପୁସ୍ତକ, ପ୍ରକାଶକ, ଲେଖକଙ୍କ ସଂଖ୍ୟା ପୂର୍ବ ତୁଳନାରେ ବଢ଼ିଥିଲେ ମଧ୍ୟ ଯେଉଁ ପରିମାଣରେ ଲେଖକର ସୃଷ୍ଟିକୁ ଆଦୃତି ମିଳିବା କଥା, ମିଳୁ ନାହିଁ। ଏହା ମିଳିବା ଆବଶ୍ୟକ। ରାଜଧାନୀ ପୁସ୍ତକମେଳା କମିଟି ପକ୍ଷରୁ ଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ‘ରାଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ ସମାରୋହ’‌ରେ ଯୋଗ ଦେଇଥିବା ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି।

ଅନୁଷ୍ଠାନର ସଭାପତି ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି, ଅରୁଣ କୁମାର ସାହୁ ମୁଖ୍ୟବକ୍ତା ଓ ବଦ୍ରିନାଥ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବର୍ଷ ୨୦୨୦, ୨୦୨୧ ଓ ୨୦୨୨ ପାଇଁ ୪୦ ସାହିତ୍ୟିକଙ୍କୁ ରାଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୦ ପାଇଁ ଅଭିଳାଷ ଜେନା, ସଂଯୁକ୍ତା ମହାପାତ୍ର, ଅନୀତା ପଣ୍ଡା, ଅଙ୍ଗୁରବାଳା ପରିଡ଼ା, ବିଦ୍ୟାଧର ଗୁରୁ, ସୁମିତା ମିଶ୍ର, ପ୍ରଭାତୀ ମିଶ୍ର, ପ୍ରବାସିନୀ ମହାନ୍ତି, ଅରବିନ୍ଦ ପଟ୍ଟନାୟକ, ବିନ୍ଦୁରେଖା ମହାପାତ୍ର, ସଂଗ୍ରାମ କେଶରୀ ପୃଷ୍ଟି, ଦୀନବନ୍ଧୁ କର, ବ୍ରଜବିହାରୀ ଦାଶଙ୍କୁ ପୁରସ୍କୃତ କରାଯାଇଛି। ୨୦୨୧ ପାଇଁ ରଞ୍ଜନ କୁମାର ଦାସ, ସ୍ନେହସୁଧା ମିଶ୍ର, ରମେଶ ପତି, ଭୁବନେଶ୍ୱରୀ ପଣ୍ଡା, କେଶବ ଚନ୍ଦ୍ର ରାଉତରାୟ, ସତ୍ୟନାରାୟଣ ମିଶ୍ର, ଅଶୋକ କୁମାର ଆଚାର୍ଯ୍ୟ, ଗାୟତ୍ରୀ ମିଶ୍ର, ପ୍ରମୋଦ ଜେନା, ନଗେନ୍ଦ୍ରନାଥ ପଟ୍ଟନାୟକ, ବଙ୍କିମ ଚନ୍ଦ୍ର ନାୟକ ଏବଂ ୨୦୨୨ ପାଇଁ ଅଭୟ ନାରାୟଣ ନାୟକ, ହେମନ୍ତ ଘୋଷାଲ, ମିନତି ମିଶ୍ର, ଚନ୍ଦ୍ରକାନ୍ତ ମଲ୍ଲିକ, ବିଜୟିନୀ ତ୍ରିପାଠୀ, ଅୟସ୍‌କାନ୍ତ, ଅନୁରୂପା ସିଂହ, ବିଜୟ ପଟ୍ଟନାୟକ, ଦୁର୍ଗାଚରଣ ମିଶ୍ର, ବେଣୁଧର ସେନାପତି, ରଜନୀ ରଂଜନ, ରାମଚନ୍ଦ୍ର ଦେଓ, ହିମାଂଶୁ ଶେଖର ଫତେସିଂହ, ଜ୍ୟୋତିର୍ମୟୀ ମହାନ୍ତି, ଜୟନ୍ତ କୁମାର ଓଝା ଓ ଗୌରହରି ରାଉତ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଛି। ରମେଶ ଚନ୍ଦ୍ର ସ୍ବାଇଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ସମ୍ପ‌ାଦକ ବିଧୁଭୂଷଣ ପଟ୍ଟନାୟକ ବିବରଣୀ ପାଠ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe