ରାଜଧାନୀ ପୁସ୍ତକ ମେଳା ଉଦ୍‌ଯାପିତ

ରାଜଧାନୀ ପୁସ୍ତକ ମେଳା ଉଦ୍‌ଯାପିତ

????????????????????????????????????

ଭୁବନେଶ୍ୱର: ବର୍ତମାନ ଉପରେ ଦଣ୍ଡାୟମାନ ହୋଇ ଯିଏ ନିଜର ଅତୀତ ବିଷୟରେ ନଜାଣି ଆଗକୁ ପାଦ ବଢ଼ାଇବ ସେ ଝୁଣ୍ଟିବ। ଗୋଟିଏ ଜାତିର ଅତୀତ, ଏତିହ୍ୟ, ସଂସ୍କୃତି ସମ୍ପର୍କରେ ଜାଣିବାକୁ ହେଲେ ପୁସ୍ତକ ପଢ଼ିବା ଜରୁରୀ। ପୁସ୍ତକ ପଠନ ବିନା କୌଣସି ଜାତିର ଉନ୍ନତି ହୋଇପାରିବ ନାହିଁ। ୧୮ତମ ରାଜଧାନୀ ପୁସ୍ତକ ମେଳାର ଶେଷ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷି ମନ୍ତ୍ରୀ ଦାମୋଦର ରାଉତ ଏପରି କହିଛନ୍ତି। ଡ. ରାଉତ ଆହୁରି କହିଲେ, ଭଗବାନଙ୍କ ପରେ କବି ଲେଖକମାନେ ହେଉଛନ୍ତି ମିନି ଈଶ୍ୱର। ତାଙ୍କର ଲେଖା ପଢ଼ି ଅନୁପ୍ରାଣିତ ହୋଇ ସାଧାରଣ ମଣିଷ ବଡ଼ ମଣିଷରେ ପରିଣତ ହୋଇଥାଏ। ଅତୀତରେ ମୁନିଋଷି ମାନେ ପୋଥିରେ ପୁଷ୍ପକଯାନ ଆଦି କଥା ଲେଖିଥିଲେ, ବର୍ତମାନ ଆମେ ଉଡ଼ାଜାହାଜ ଭଳି ଜିନିଷ ନିର୍ମାଣ କରିଛେ। ଅତୀତରେ ସେମାନେ ରଚନା କରିଥିବା ପୁସ୍ତକର ଆମେ ଏପରି ଉନ୍ନତ ପ୍ରଦର୍ଶନ କରିପାରିଛେ। ସମ୍ମାନିତ ଅତିଥି ଆୟକର କମିସନର ଶରତ କୁମାର ଦାଶ କହିଲେ, ପାଠକ, ଲେଖକ ଓ ପ୍ରକାଶକଙ୍କ ତ୍ରିବେଣୀ ସଙ୍ଗମ ହେଉଛି ପୁସ୍ତକ ମେଳା। ରାଜଧାନୀ ପୁସ୍ତକ ମେଳା ପରି ମେଳା ଆହୁରି ଆଗକୁ ବଢ଼ୁ। ପୁସ୍ତକ ମେଳା କମିଟିର ଆବାହକ ରମେଶଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ ସମ୍ପାଦକୀୟ ବିବିରଣୀ ପାଠ କରିଥିଲେ। ସଭାପତି ଉପେନ୍ଦ୍ର କୁମାର ଜେନା ସଭାରେ ଅଧ୍ୟକ୍ଷତା କରିଥିଲେ। ଆଜିର ଉଦ୍‌ଯାପନୀ ସନ୍ଧ୍ୟାରେ ୧୨ଟି ପୁସ୍ତକ ଲୋକାର୍ପିତ ହୋଇଥିଲା।

ଚଉଦ ଲେଖକ ଓ ପୁସ୍ତକ ପୁରସ୍କୃତ

ଚଳିତବର୍ଷ ରାଜଧାନୀ ପୁସ୍ତକମେଳା କମିଟି ପକ୍ଷରୁ ଚୟନ କରାଯାଇଥିବା ମେଳା ୧୪ଟି ପୁସ୍ତକ ଓ ଗୋଟିଏ ପ୍ରକାଶନୀ ସଂସ୍ଥାକୁ ପୁରସ୍କୃତ କରାଯାଇଛି। ଚଳିତ ବର୍ଷ ପ୍ରବନ୍ଧ ଓ ଆଲୋଚନା ପୁସ୍ତକ ‘ଛାଇ ସମୟ’ ପାଇଁ ଅଭୟ ଦ୍ୱିବେଦୀ, ଉପନ୍ୟାସ ବର୍ଗରେ ଡ.ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ‘ଅଦୃଶ୍ୟ ଅପରାହ୍‌ଣ’, କ୍ଷୁଦ୍ରଗଳ୍ପ ବର୍ଗରେ ଡ.କାର୍ତିକ ଚନ୍ଦ୍ର ବିଶ୍ୱାଳଙ୍କ ‘ପଦପାତ’, ଅୟସ୍‌କାନ୍ତଙ୍କ କବିତା ପୁସ୍ତକ ‘ଜିନ୍ଦାଭିସ୍ତା’, ବିଦ୍ୟୁତପ୍ରଭା ବିଶ୍ୱାଳଙ୍କ ‘ଚୁକ୍ତି’, ଶିବପ୍ରସାଦ ମିଶ୍ରଙ୍କ ‘ମୁସ୍ତେଜ ମୁଖଶାଳା’, ଅନୁବାଦ ପୁସ୍ତକ ବର୍ଗରେ ‘ଆମ ଓଡ଼ିଶା’ ପ୍ରକାଶିତ ଏବଂ ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋଙ୍କ ଅନୁବାଦ ପୁସ୍ତକ ‘ଶ୍ରୀମୟୀ ମା’, ମଣିରାମ ଜେନାଙ୍କ ନାଟକ ପୁସ୍ତକ ‘ପରମ୍ପରା’, ଆରତିବାଳା ପୃଷ୍ଟିଙ୍କ ଭ୍ରମଣ କାହାଣୀ ପୁସ୍ତକ ‘ଭ୍ରମଣର ଅଭୁଲା ସ୍ମୃତି’, ଛନ୍ଦା ମିଶ୍ରଙ୍କ ଶିଶୁ ସାହିତ୍ୟ ପୁସ୍ତକ ‘ଆଜୁରୁ ବାଜୁରୁ କଥା’, ନିରୁପମା କରଙ୍କ ‘ବଣ ରାଇଜର କଥା’, ଇଂ ବ୍ରଜକିଶୋର ପରିଡ଼ାଙ୍କ ଧର୍ମ ପୁସ୍ତକ ‘ସନ୍ନ୍ୟାସିନୀ’, ବେଣୁଧର ସେନାପତିଙ୍କ ଜୀବନୀ ପୁସ୍ତକ ‘ଅହିଂସାର ଅଭିବ୍ୟକ୍ତି ପାଇଁ’ ପୁସ୍ତକକୁ ପୁରସ୍କୃତ ହୋଇଛନ୍ତି। ଏଥିସହିତ ଗୀତିକବିତା ପୁସ୍ତକ ‘ଅସାମାପିକା’ ପାଇଁ ଶରତ କୁମାର ଦାଶଙ୍କୁ କବି ସୁଧାଂଶୁ ମୋହନ ରାଉତରାୟ ସ୍ମୃତି ପୁରସ୍କାର ଏବଂ ‘ଆର୍ଯ୍ୟ ପ୍ରକାଶନ’ର ପ୍ରକାଶକ ଗିରୀଶ ଚନ୍ଦ୍ର ମିଶ୍ରଙ୍କୁ ପ୍ରକାଶନ କ୍ଷେତ୍ରରେ ଅବଦାନ ପାଇଁ ରାଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe